STORYMIRROR

Sagar Kumar Parida

Classics

2  

Sagar Kumar Parida

Classics

ଗୁରୁ

ଗୁରୁ

1 min
109

ଅଜ୍ଞାନ ଅନ୍ଧାର ହଟାଇ ଯେ ମନୁ

ଜ୍ଞାନର ଜ୍ୟୋତି ଜଳାନ୍ତି,

ସତ୍ ଅସତର ମଧ୍ୟରେ ପ୍ରଭେଦ

ଶିଷ୍ୟ ପାଖେ ବଖାଣନ୍ତି ।।

ଗୁରୁଙ୍କର ଦିବ୍ୟ ସାନ୍ନିଧ୍ୟରେ ଶିଷ୍ୟ

ପାଇଥାଏ ଦିବ୍ୟଜ୍ଞାନ,

ସେ ଦିବ୍ୟଜ୍ଞାନର ବଳରେ ସେ ମତି

ରଖେ ସଦା ନାରାୟଣ ।।

ମାତା,ପିତା ଆମ ପ୍ରଥମ ଗୁରୁ

ସେବ ତାଙ୍କୁ ଭକ୍ତି ଭରେ,

ତାଙ୍କ ଆର୍ଶୀବାଦ ବଳରେ ମାନବ

ଅସାଧ୍ୟ ସାଧନା କରେ ।।

ଶିକ୍ଷା, ଦୀକ୍ଷା, କର୍ଣ୍ଣ ଗୁରୁଙ୍କୁ ପୂଜିଲେ

ଦେଇକରି ମନଧ୍ୟାନ,

ହୋଇବ ସଂସାରେ ମହାନ ମଣିଷ

ପାଇବ ମୁକ୍ତି ସନ୍ଧାନ ।।

ଗୁରୁହିଁ ଅଟନ୍ତି ଦୟା ପାରାବାର

କରୁଣାର ପ୍ରତିମୂର୍ତ୍ତି,

ଗୁରୁଙ୍କର ଦିବ୍ୟ ପରଶେ ନରେନ୍

ରଚିଥିଲେ ବିଶ୍ୱେ କୀର୍ତ୍ତି ।।

ସ୍ୱୟଂ ଭଗବାନ ମର୍ତ୍ତ୍ୟରେ ଜନମି

 ଗୁରୁସେବା ଥିଲେ କରି,

ଗୁରୁଙ୍କର ପୁତ୍ର ଶମନ ପୁରରୁ

ଆଣିଥିଲେ ସାଥେ ଧରି ।।

ଏକଲବ୍ୟ ଉପମନ୍ୟୁ ଆରୁଣିଙ୍କ

ପରି ଗୁରୁଭକ୍ତି ଆଜି,

କାଳର କରାଳ ଗର୍ଭରେ ବିଲୀନ

 ସମୟ ରହିଛି ସାକ୍ଷୀ।।

ଅସାର ସଂସାରେ ଗୁରୁ ହିଁ ନଉକା

ଗୁରୁ ବିନା ମୁକ୍ତି ନାହିଁ,

ଅସମ୍ମାନ କେବେ କରନାହିଁ ଗୁରୁ

ସାକ୍ଷାତେ ଈଶ୍ୱର ସେହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics