STORYMIRROR

Subrat Malik

Classics Inspirational Children

3  

Subrat Malik

Classics Inspirational Children

ଗୁରୁ ତୁମେ ମଙ୍ଗଳମୟ

ଗୁରୁ ତୁମେ ମଙ୍ଗଳମୟ

1 min
474

ହେ ! ଗୁରୁ ତୁମେ ମଙ୍ଗଳମୟ 

ସର୍ବଦା କଲ୍ୟାଣକାରୀ,

ଜଗତ ଜନର ଦୁଃଖ ଦୂର କର

ନର ରୂପେ ତୁମେ ହରି ।।

ତୁମ ଆଶୀର୍ବାଦେ ପଙ୍ଗୁ ଲଂଘେ ଗିରି

ଅନ୍ଧ ଚାଲି ଶିଖେ ବାଟ,

ତୁମ ସ୍ପର୍ଶ ପାଇଁ କେତେ ଯେ ଅର୍ଜୁନ

ନିଅନ୍ତି ଜନମ ନିତ୍ୟ।।

ତୁମ ପାଦ ଧୂଳି ପଡ଼ିଯାଏ ଯହିଁ

ହୁଏ ସେ ବୈକୁଣ୍ଠ ପୁର,

ମର୍ତ୍ତ୍ୟ ଯେ ଚୁମଇ ସରଗର ସୁଖ

ତୁମରି ଆଶୀଷ ଫଳ ।।

ଅଜ୍ଞାନ ଅନ୍ଧାର ତୁମେ କର ଦୂର

 ଜ୍ଞାନର ସଳିତା ଜାଳି,

ନିଜ ହାତେ ତୁମେ ଉଜ୍ଜ୍ୱଳ ଭବିଷ୍ୟ

ଶିକ୍ଷାର୍ଥୀର ଦିଅ ଲେଖି ।।

ଏ ଗୁରୁ ଦିବସେ କରୁଛି ବନ୍ଦନା

ଘେନ ମୋର ଅର୍ଘ୍ୟ ଥାଳି

ହୃଦୟରେ ତୁମ ଜାଗା ଟିକେ ଚାହେଁ

ଏତିକି ମୋହର ଅଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics