STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୁରୁ ପୂର୍ଣ୍ଣିମା

ଗୁରୁ ପୂର୍ଣ୍ଣିମା

1 min
394



କି ଦେଇ ପୂଜିବି ଆହେ ଗୁରୁ ଦେବ

ତୁମେ ସର୍ବୋପରି ମୋର

ପ୍ରୀତି ଭକ୍ତି ଶ୍ରଦ୍ଧା ତୁମରି ଚରଣେ 

ପୂଜିବି ଗୁରୁ ପୟର !!   ଗୁରୁ ପୂର୍ଣ୍ଣିମାରେ ତୋର ।।

ଯାହା କିଛି ମୁହିଁ ଅବଦାନ ତାଙ୍କ 

ମହିମା ଯାର ଗୁଞ୍ଜୁଛି

ପରା ସତ୍ୟ ପଥ ପୁଣି ବିଦ୍ୟା ବୁଦ୍ଧି

ହୃଦୟେ ତାହା ସାଜିଛି !! ପୂର୍ଣ୍ଣିମାରେ ହେ ଗୁଞ୍ଜୁଛି ।।

ଅଟ ତୁମେ ଗୁରୁ ଗୁରୁ ବ୍ରହ୍ମା ବିଷ୍ଣୁ  

ସାକ୍ଷାତରେ ମହେଶ୍ୱର 

ଗୁରୁ ପୂର୍ଣ୍ଣିମା ରେ ଡ଼ାକୁ ଅଛି ମୁହିଁ 

ପ୍ରଣାମ ଘେନ ମୋହର !!ଗୁରୁ ପୂର୍ଣ୍ଣିମାରେ ତୋର ।।

ସ୍ମୃତି ରହି ଥାଉ ହୃଦୟରେ ମୋର

ଭକ୍ତି ରହୁହେ ଚରଣେ

ତୁମେ ହିଁ ଆରାଧ୍ୟ ଗୁରୁ ଦେବ ମୋର

ଅଟେ ବାଲ୍ୟ ଗୁରୁ ପ୍ରାଣେ !! ଗୁରୁ ପୂର୍ଣ୍ଣିମା ସ୍ମରଣେ ।।

ଗୁରୁ ପିତୃମାତୃ ସ୍ଥାନ ତା ସର୍ବୋଚ୍ଚ 

ଭୁଲି ନ ପାରିବି ମୁହିଁ 

ଭକ୍ତି କରୁଥିବି ଗୁରୁ ପୂର୍ଣ୍ଣିମାରେ

ସ୍ମୃତି ରଖି ଥିବି ଚାହିଁ !! ଗୁରୁ ପୂର୍ଣ୍ଣିମାରେ ମୁହିଁ ।।


Rate this content
Log in

Similar oriya poem from Abstract