ଗୁରୁ ଭକ୍ତି
ଗୁରୁ ଭକ୍ତି
ଯେବେ ଠାରୁ ଗୁରୁ ଶିକ୍ଷକ ହୋଇଲେ
ଶିଷ୍ୟ ହୋଇଗଲେ ଛାତ୍ର
ଗୁରୁ ଭକ୍ତି ଧାରା ଶୁଷ୍କ ହୋଇଗଲା
ବାଲି ରହିଗଲା ମାତ୍ର ।
ଯେବେ ଠାରୁ ଗୁରୁ ଈଶ୍ଵର ନ ହୋଇ
ହୋଇଗଲେ କର୍ମଚାରୀ
ଶିଷ୍ୟ ଗଣ ଭକ୍ତି ତ୍ୟାଗ କରି ହେଲେ
ସ୍ୱାର୍ଥନ୍ଵେଷୀ ସ୍ଵେଚ୍ଛାଚାରୀ ।
ଗରିବ ଗୁରୁର ଗାରିମା ବଖାଣେ
ଜୀର୍ଣ୍ଣ କୁଟୀର ଯହିଁ
ଗେରୁଆ ବସ୍ତ୍ରରେ ଗହନ ଜ୍ଞାନକୁ
ଶିଷ୍ୟ ତହିଁ ପ୍ରକାଶଇ ।
ଯିଏ କେବେ ଗୁରୁ ଭକ୍ତି କରି ନାହିଁ
ଦିଏ ଖାଲି ଅପଯଶ
ଦେ
ଖିଛ କି କେବେ ଏମିତି ଛାତ୍ରଟେ
ଜୀବନେ ଲଭିଛି ଯଶ ।
ବଦଳେ ସମୟ ବଦଳେ ସମାଜ
ବିଜ୍ଞାନ କରେ ପ୍ରଗତି
ସବୁରି ମୂଳରେ ଗୁରୁଟିଏ ଥାଏ
ନୁହେଁ କି ସତ୍ୟ ଏ ଉକ୍ତି ।
ଗୁରୁ ଆଉ ଛାତ୍ର ପିତା ପୁତ୍ର ସଦା
ଘନିଷ୍ଠ ତମ ବାନ୍ଧବ
ଏହି ସମ୍ପର୍କରେ ଫାଟ ସୃଷ୍ଟି ହେଲେ
ପ୍ରଗତି ନୁହେଁ ସମ୍ଭବ ।
ଗୋବର ଭିତରୁ ସୁନା ମିଳିପାରେ
କାଦୁଅରୁ ଅବା ତେଲ
ଗୁରୁ ଭକ୍ତି ବିନା ଶିଷ୍ୟର ଉନ୍ନତି
ନ ହେବ ମାନ ମୋ ବୋଲ ।