ଗୁରୁ ଭକ୍ତି
ଗୁରୁ ଭକ୍ତି
ଗୁରୁଯେ ଅଟନ୍ତି ବ୍ରହ୍ମା ବିଷ୍ଣୁଆଉ
ଗୁରୁଦେବ ମହେଶ୍ୱର,
ଗୁରୁ ଯେ ଅଟନ୍ତି ଆଲୋକ ସ୍ୱରୂପ
କରି ଅନ୍ଧକାର ଦୂର l
ଗୁରୁ ଜାଳିଥାନ୍ତି ଆଲୋକ ପ୍ରଦୀପ
ଶିଷ୍ୟଙ୍କର ଜୀବନରେ,
ହାତ ଧରି ବାଟ କଢାଇ ନିଅନ୍ତି
ଜୀବନର ପଥ ପରେ l
ଗୁରୁ ବିନା କିଛି ବିଦ୍ୟାପ୍ରାପ୍ତ ନୁହେଁ
ଗୁରୁ ଯେ ଦେଖାନ୍ତି ବାଟ,
ସେଇ ପଥେ ଚଳି ହୋଇଥାଉ ଆମେ
ଜୀବନରେ ବଡ଼ ଚାଟ l
ପିତାମାତା ଆମ ପ୍ରଥମ ଗୁରୁ ସେ
ଶିଖାଇଲେ କଥା କୁହା,
ତାଙ୍କ ଠାରୁ ଶିଖି ସଂସାରେ ଆମେ
ଜଣେ ଭାବେ ଆଜି ଠିଆ l
ଗୁରୁ ବିନା କେହି ମଣିଷ ହୋଇନି
ଦେବତା ହେଉ ବା ନର,
କୃଷ୍ଣ ଭଗବାନ ଶିଖିଥିଲେ ପାଠ
ଯାଇ ସାନ୍ଦୀପନି ଦ୍ୱାର l
ପାଣ୍ଡବ ମାନେ ଗୁରୁ ଦ୍ରୋଣ ଠାରୁ
ବିଦ୍ୟା ଲାଭ କରିଥିଲେ,
ଧନୁ ବିଦ୍ୟା ଠାରୁକେତେ କେତେ ବିଦ୍ୟା
ସେମାନେ ଯେ ଶିଖିଥିଲେ l
ବିଦ୍ୟା କେବେ ଶେଷ ତ ନଥାଏ
ଜୀବନ ଶିକ୍ଷାରେ ଭରା,
ଯାହାଠାରୁ ଆମେ କିଛିବି ଶିଖିଛେ
ସେଇ ଆମ ଗୁରୁ ପରା l
ଅବଧୂତ ସ୍ୱାମୀ ଚବିଶ ଗୁରୁଙ୍କୁ
ମାନିଥିଲେ ଜୀବନରେ,
ପ୍ରକୃତି ରେ ଆମେ ଯାହାବି ଦେଖୁଛେ
ଜ୍ଞାନ କିଛି ଦାନ କରେ l
ସବୁ ଗୁରୁଙ୍କର ପଦରେ ଆମର
ଭକ୍ତି ଥାଉ ସଦାକାଳେ,
ଏଇ ଜୀବନ ଟି ତାଙ୍କରି ଆଶିଷେ
କଟିଯାଉ ଅବହେଳେ l
