ଗୁମୁରି ଗୁମୁରି କାନ୍ଦୁଛି
ଗୁମୁରି ଗୁମୁରି କାନ୍ଦୁଛି
ଗାଆଁ ମାଟି ଆଜି ବିକଳେ କାନ୍ଦୁଛି
ଚାରି ଆଡେ଼ ହିଁ ବୋତଲ
କେତେ ଯେ ବୋତଲ କେ ଗଣିବ ତାହା
ମନ ହୁଏ କଲବଲ ।
କେଉଁ ସେ ବୋତଲ କିଏ ବା କହିବ
ଉତ୍ତର ନାହିଁ ଯୁବାର
କିଏ ସେ ଫିଙ୍ଗୁଛି ନଜର ହିଁ ନାହିଁ
ଫିଙ୍ଗୁଛି ରାତ୍ରି ଅନ୍ଧାର ।
ରାସ୍ତା ଦୁଇ ଧାର ବୋତଲ ବୋତଲ
କେଉଁଠୁ ଏହା ଆସୁଛି
ଜମି ବାଡ଼ି ସବୁ ବୋତଲେ ପୁରିଛି
ଗାଆଁର ମାଟି କାନ୍ଦୁଛି ।
କେଉଁ ସେ ବୋତଲ କହିବ ବା କିଏ
ନ କୁହନ୍ତି କେହୁ ଜଣେ
ଅନ୍ୟ ବା ବୋତଲ ଜଣା ପଡ଼େ ନାହିଁ
ଗାଆଁ ଚିନ୍ତିତ ଟି ତେଣେ ।
ମଦର ବୋତଲ ପରି ଜଣା ପଡ଼େ
କରୁଛି ସେବନ କିଏ
ହସ ଦୁନିଆରେ ଦୁଃଖ ଆଣୁ ଅଛି
ମାଟିକୁ କନ୍ଦାଏ ଯିଏ ।
ମାଟି କାନ୍ଦୁ ଅଛି ଗୃହ ଭି କାନ୍ଦିବ
ଜହର ସେବନ ବଳେ
ଭାସି ଯିବ ଘର ମଦର ସେବନେ
ଶାନ୍ତି ନ ରହିବ ତିଳେ ।
ଗାଆଁ କୁ ଗଢିବା କର୍ତ୍ତବ୍ୟ ଯୁବାର
ଦେଖା କାହିଁ ଆଲୁଅରେ
ନିର୍ଜନ ସ୍ଥାନ ଟି ଖୋଜୁଛି ରାତ୍ରିରେ
ରାତ୍ରିର ଘନ ଅନ୍ଧାରେ।
ନିଜ ନିଜ ଟୁଙ୍ଗି ରହିଛି ତାଙ୍କର
ରାତ୍ରିରେ ଦର୍ଶନ କାହିଁ
କର୍ମ କରୁଛନ୍ତି ଗୃହ ଭି ପାଳନ୍ତି
ରାତ୍ରିରେ ନଜର ନାହିଁ ।
ଗୁମୁରି ଗୁମୁରି କାନ୍ଦେ ଗାଆଁ ମାଟି
କାନ୍ଦୁଛି ଗୃହ ସଂସାର
କିହେବ ଭବିଷ୍ୟ ଯୁବାଙ୍କର ବନ୍ଧୁ
ଚିନ୍ତିତ ତହୁଁ ଅପାର ।
ଚିନ୍ତା କରିବାର ସମୟ ଆସିଛି
ଅମୃତ କାଳ ରାଷ୍ଟ୍ରର
ତ୍ୟାଗ କରୁ ଯୁବା ଜହର ପିଇବା
କରୁ କର୍ତ୍ତବ୍ୟ ତାହାର ।