Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shiba Charan Mahapatra

Romance

3  

Shiba Charan Mahapatra

Romance

ଗୁମସୁମ୍ ଚାନ୍ଦିନୀ

ଗୁମସୁମ୍ ଚାନ୍ଦିନୀ

1 min
324


କହଲୋ' ଚାନ୍ଦିନୀ କିଏ ଲୁଟିନେଲା

ତୋ ମନର ଶୀତଳତା 

କିଏ ଆଙ୍କିଦେଲା ତାରା ଫୁଲମାଳେ

ତୋ ହୃଦୟେ ନୀରବତା ।


ପ୍ରଶସ୍ତ ଗଗନେ ପ୍ରପଞ୍ଚ ଚିତ୍ତରେ

କେ' କଲା କ୍ଷଣ ଆୟୁଷ 

ନଳିନୀ ପାଖୁଡା ଶୋଷେ କାଇଁ ନିତି

ତୋ ଛାତି ପ୍ରିତି ପିୟୁଷ ।


ପ୍ରେମ ପାଗଳିନୀ କଳଙ୍କ କାଳିମା 

ସାରା ଦେହେ ହେଲୁ ବୋଳି

ସୀମନ୍ତିନୀ ହୋଇ କୁଳ ଲଙ୍ଘୁ ତୁହି

ସୀମା ସରହଦ ଭୁଲି ।


କାନ୍ଦୁ କିବା ଲୁଚି ବଉଦ ଉହାଡେ 

ନହେଖିଲେ ପ୍ରିୟ ମୁଖ

ନୟନେ ନୟନେ ସାଉଣ୍ଟି ଧରୁଛୁ 

କହ ସେ କିଭଳି ସୁଖ ।


କହଲୋ ସୁନ୍ଦରୀ କେଉଁ ତୃପ୍ତି ପାଉ

ପ୍ରେମିକ ପ୍ରବର ପାଶେ

ନିଶିଥିନି ସୁପ୍ତ ନିର୍ଜନ ଛାତିରେ

ଝରୁଥାଉ ରତି ଝାସେ ।


ଫେରିଯାଅ ଆଜି ଶୂନ୍ୟ କରି କୋଳ

ଧିମା କରି ଦେହ ତାତି

ପଣତେ ପୋଛ ଗୋ' ଆଖି ଲୁହ ଏବେ

ଅବଶ ହେଲାଣି ରାତି ।



Rate this content
Log in