STORYMIRROR

SUBASH CHANDRA KHUNTIA

Abstract Others

4  

SUBASH CHANDRA KHUNTIA

Abstract Others

ଗୁହାରୀ ମୋ ଶୁଣ ଜଗନ୍ନାଥ

ଗୁହାରୀ ମୋ ଶୁଣ ଜଗନ୍ନାଥ

1 min
931


ଲେଖିବାକୁ ଥିଲା ବହୁ କିଛି ପ୍ରଭୁ

                          ଆଉ ଲେଖି ପାରୁ ନାହିଁ

କହିବାକୁ ଥିଲା ବହୁ କିଛି କଥା

                         କହି ଆଉ ପାରୁ ନାହିଁ


ସମସ୍ୟା ଜଞାଳେ ଆଜି ତୁମ ଭକ୍ତ

                                 ହୁଏ ପୁଣି ବାରବୁଲା

ସେ ଚକା ଆଖିରେ ସବୁ ପୁଣି ଦେଖୁ

                                 ହୋଇ ଅଜଣା ଅଶୁଣା


ଯାଯାବର ଥିଲା ସେହି ବିଶ୍ବାବସୁ

                             ସ୍ବପ୍ନାଦେଶ ତାଙ୍କୁ ଦେଲ

ଶବର ରାଜ୍ୟ ଗଢି ତ ଉଠିଲା

                             ତାଙ୍କ ହାତୁ ଫୁଲ ନେଲ


କେତେ ଯେ ପରୀକ୍ଷା ଦେଇଥିଲା ପୁଣି

                              ସେଦିନ ସେ ବିଦ୍ୟାପତି

ଶବରୀ କନ୍ୟାକୁ ଆପଣାଇ ଥିଲା

                              ଭୁଲି ସବୁ ରୀତି ନୀତି


ଆର୍ଯ୍ୟ ଅନାର୍ଯ୍ୟର ମିଳନ ତ ହେଲା

                              କେବଳ ତୁମରି ପାଇଁ

ସେଥିପାଇଁ ପରା ତୁମରି ମନ୍ଦିରେ

                            ଜାତି ଧର୍ମ କିଛି ନାହିଁ


ସେଦିନର ସେହି ରାଜା ଇନ୍ଦ୍ରଦ୍ୟୁମ୍ନ

                             କେତେ ଯେ ପରୀକ୍ଷା ଦେଲା

ସେହି ଶ୍ରୀମନ୍ଦିର ଦେଖିବା ପାଇଁକି

                              ଯୁଗ ଯୁଗ ବିତିଗଲା


ସେ ଚକା ଆଖିରେ ହିସାବ ତ କର

                               କେତେ ପାପ ଆଉ ପୁଣ୍ୟ

କାହାକୁ ତ ଦିଅ ରାଜାର ଦରଜା

                              କିଏ ହୁଏ ପୁଣି ଘୃଣ୍ୟ


ନୁହେଁ ମୁଁ ତ ଆଜି ସେହି ବିଶ୍ବାବସୁ

                             ନୁହଇଁ ମୁଁ ବିଦ୍ୟାପତି

ଦାସିଆ ବାଉରି ନୁହେଁ ମୁଁ ତ ପୁଣି

                            ନୁହେଁ ମୁଁ ବନ୍ଧୁ ମହାନ୍ତି


ବାରବୁଲା ଆଜି ତୁମ ଏ ଭକତ

                              ଏତିକି ଗୁହାରୀ କରେ

ଠିକଣା ରାଇଜେ ପହଞ୍ଜାଇ ଦିଅ

                              ବଞ୍ଚିବି ତୁମ ଦୟାରେ


                                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract