ଗୁଡିର କଥା
ଗୁଡିର କଥା
ମୁଁ ଗୁଡି,
ଲଟେଇ ଲଟେଇ
ନଟେଇ ପେଟର ସୂତାରୁ
ପବନ ସହ ସାଥୀ ହେଇ
ଖସିଯିବାର ଅଭିଳାଷ ଟିଏ ସାଇତି ଧରେ
ଅଜାଣତେ, ମାୟାରେ ।
ମୁଁ ଗୁଡି
ମୋ ଡୋରୀ ଧରିଥିବା ହାତଟି
ଭାବେ ମୁଁ ତାରି,
ତଳେ ଚାହିଁଥିବା ଖାଲି ହାତର
କେତେ ହଳ ଆଖି
ଆଖି ବୁଜି ପ୍ରାର୍ଥନା କରୁଥାନ୍ତି
କଟି ଯା, କଟି ଯା
ତୁ ତଳେ ଖସିବୁ କି ନା
ଜାହିର ହବ ଅକ୍ତିଆର ତୋ ଉପର
ତୁ ମୋର, ତୁ ମୋର ।
ତଳେ ଅକ୍ଷୁର୍ଣ୍ଣ ଖସିବା ଠୁ
ଝରକା, ଲୁଗାବାଡ, ତାଜା
କେତେ ଖଞ୍ଜା ଦେଇ
ଚିରି ଯିବା ଭାଗ୍ଯ ।
ମାଲିକାନା କାହାକୁ ବା ଭଲ ଲାଗେ?
ମୁକ୍ତ ବିହଙ୍ଗ ତ
ସାରା ଆକାଶ ।
ମୁଁ ଗୁଡି,
ନଟେଇ କାହା ହାତରେ?
ସୂତା ପୁରୁଣା ହେଲେ ବଦଳେଇହୁଏ କଣ ?
ଲୋଡା ଥାଏ କଣ ବଦଳେଇବା?
ଏ
ତ ଅଭ୍ଯାସ, ଏ ତ ନିଶ୍ବାସ,
ଏ ତ ଧାରା ଜୀବନ ର ।
ତାକୁ ଛାଡି କି ଜୀଁ ହୁଏ !
ମୋ ଚାରିପଟୁ ପବନ ଟାଣେ,
କହେ,"ଆ, ଦେଖ୍ ଏଇ ତ ଆକାଶ ।
ଏତେ ପାଖରେ ।
ଉଡି ପାରିବାର ଶକ୍ତି ଥାଇ
କାଇଁ ଧରାଦେଉ ସେ ମାଟିକୁ ?"
ଏଇ ଧରାପଡିବା ଟା ଯେ ପ୍ରେମ
କି ଅବା ବୁଝନ୍ତା ପାଗଳ ପବନ ।
ଅଜଥାରେ ଶହେ ଥର କହେ,
ମୋ ଦେହ ସାରା ଛବି
ଚିତ୍ର ଖାତାର ଫର୍ଦ୍ଦ ପରି
ବଦଳେଇହବ କି ସୂତା ?
ହାତ ? ନଟେଇ ?
ଆସିବୁ ଯଦି ଆ,
ଉଡେନେବି ।
ମୁଁ ଧରିଥିବା ହାତର ଗୁଡି
ଏଇ ଜିଦ୍ ରେ
ମୁଁ କାଳେ ତାର ଆକର୍ଷଣ ।
କଣ ଧୋକା ଦେଇପାରେ
ଧରିଥିବା ହାତକୁ
ନିଜେ କଟି ସରି ଯିବା ଯାଏ ?
ସିଏ ଯେ ଯାଏ ଧରିଛି
ମୁଁ ଲହରୁଥିବି ପବନ ସହ ତାଳ ଦେଇ
ତା ଟାଣିବାର ଇଶାରାରେ ।।