Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Romance Classics Inspirational

4  

LALIT MOHAN DASH

Romance Classics Inspirational

ଗ୍ରୀଷ୍ମରେ ଓଡ଼ିଆ ପର୍ବ

ଗ୍ରୀଷ୍ମରେ ଓଡ଼ିଆ ପର୍ବ

1 min
240



ଭାରି ବଢ଼ିଆ  ଓଡ଼ିଆ ଘରେ 

ଗ୍ରୀଷ୍ମକାଳୀନ ପର୍ବ,

ବଇଶାଖ ରେ ପଣା ସଂକ୍ରାନ୍ତି

ଲାଗଇ ପଣା ଭୋଗ ।


ଚନ୍ଦନ ଯାତେ ଚାପ ଚନ୍ଦନ

ବଇଶାଖ ପରବ,

ଚାପ ଯାତରେ ହୁଅଇ ଲାଗି

କେଳି ମାଣ୍ଡୁଅ ଭୋଗ ।


ଅଖିତୃତୀୟା ଆସଇ ପୁଣି

ଚାଷୀ ପୁଜଇ କ୍ଷେତ ,

ବିହନ ବୁଣି ମନ ଆନନ୍ଦେ

ପୂଜଇ ଲକ୍ଷ୍ମୀ ମାତ ।


ଆସେ ଜ୍ୟେଷ୍ଠରେ ସ୍ନାହନ ଯାତ

ତା ସାଙ୍ଗେ ରଜ ପର୍ବ,

ଜାତି ଜାତିକା ପିଠା ପଣାର

ମହକେ ମହକିତ ।


ପାଚେ ପଣସ ପାଚଇ ଆମ୍ବ

ଛୁଟାଇ ଦିଏ ବାସ୍ ,

ସୁସ୍ଵାଦୁ କେତେ କୋଳିର ସାଙ୍ଗେ

ଆସଇ ତାଳ ସଜ ।


ଗୀରିଷମ ରେ ଓଡ଼ିଆ ଘରେ

ଏତେ ସବୁ ପରବ,

ଏଇଥି ପାଇଁ ଓଡ଼ିଆ ବୋଲି

କରଇ ମୁଁ ଯେ ଗର୍ବ ।


Rate this content
Log in

Similar oriya poem from Romance