STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ଗ୍ରୀଷ୍ମ ରେ ଏକ ସନ୍ଧ୍ୟା

ଗ୍ରୀଷ୍ମ ରେ ଏକ ସନ୍ଧ୍ୟା

1 min
8


ସକାଳରୁ ସନ୍ଧ୍ୟା ଉତ୍ତପ୍ତ 

ଖରା ହୁଏନା ସହି 

ସନ୍ଧ୍ୟା ରେ ଶୀତଳ ପବନ

ଧୀରେ ଆସଇ ବହି

ଦଳ ଦଳ ପକ୍ଷୀ ଫେରନ୍ତି

ନୀଡ଼  ଅଭି ମୁଖରେ

ସୁରୁଜ ବୁଡନ୍ତି ପଶ୍ଚିମ

ଦୂର ଦିଗବଳୟ ରେ

ଶିଶୁମାନେ ଖେଳୁ ଥାଆନ୍ତି

ଗୋଠୁ ଫେରନ୍ତି ଗାଈ 

ଗାଈଆଳ ପିଲା ବଇଶି

ମନ ନିଅଇ ମୋହି

ମଲ୍ଲୀ ଜାଇ ଜୁଇ ସେବତୀ

ବାସ ଛୁଟେ ସରାଗେ

ବକୁଳ ମାଳତୀ ସୁଗନ୍ଧ

ଚାରି ଦିଗ ମହକେ

ସହ୍ୟ ନ କରି କେ ଗରମ

ପୁଣି ସ୍ନାନ କରନ୍ତି

ଗଛ ଲତା ଜଳ ବୁନ୍ଦାଏ 

ପାଇଁ ଚାହିଁ ରହନ୍ତି

ଦେବାଳୟେ ଶୁଭ ଶଙ୍ଖଟି

ଯେବେ ବାଜି ଉଠାଇ

ପ୍ରଣାମ ବାଢିଣ ଭକତ

ତାର କର୍ମ କରଇ ।।


Rate this content
Log in

Similar oriya poem from Abstract