STORYMIRROR

Kalyani Nanda

Tragedy Others

3  

Kalyani Nanda

Tragedy Others

ଗରିବର ସଂଜ୍ଞା

ଗରିବର ସଂଜ୍ଞା

1 min
201


ମୁଠାଏ ଭାତ ପାଇଁ ଗରିବ,

ତା ସଂଜ୍ଞା ନିରୂପଣ କରେ,

କେତେବେଳେ ଦାଦନ ଭାବରେ,

କେବେ ପୁଣି ଦିନ ମଜୁରିଆ ଭାବେ,

କେତେବେଳେ ଜରିଗୋଟାଳି ଭାବେ,

ସଂସାର ଯାତ୍ରାରେ ଗରିବ ଭାବେ ହୁଏ ପରିଚିତ।


ଦିନସାରା ଗରିବ ଛୁଆଟି ରହିଥାଏ ଅପେକ୍ଷାରେ,

ଗରମ ପେଜ ମୁନ୍ଦାଏ ନତୁବା ଭାତ ମୁଠାଏ ଆଶାରେ,

ପିଠିରେ ପେଟ ଲାଖିଯାଏ, ଆଖିର ଲୁହ ଶୁଖିଯାଇଥାଏ,

ଶୂନ୍ୟ ଆଖିରେ ଶୂନ୍ୟତା ଭିତରେ କ୍ଷୁଧାର ଅର୍ଥ ଖୋଜୁଥାଏ,

ହେଲେ ସେଇ ବିଶ୍ଲେଷଣ, ଅନ୍ୱେଷଣ ଭିତରେ ନିଜକୁ ହଜାଇ ଦିଏ।


 ନିସ୍ତବ୍ଧ ଅନ୍ଧକାର ରାତ୍ରିରେ ମଜଦୁର ଶିଶୁଟି ସ୍ବପ୍ନ ଖୋଜେ,

ମାଁ କୋଳରେ ସାରା ସଂସାର କୁ ନିଜ ଭିତରେ ସାଉଁଟି ନିଏ,

ପାହାନ୍ତି ସକାଳେ ଆଖିରେ ତା ମହଣ ମହଣ ନିଦ ଥାଏ,

ମାଁ କୋଳରେ ଆହୁରି ଜାକି ହୋଇ ଶୋଇବାକୁ ଚାହୁଁ ଥାଏ,

ହେଲେ ଦାରିଦ୍ର୍ୟତା ର ଚାବୁକ ମାଡ ତାକୁ ସଚେତନ କରାଏ,

"ତୁ ଗରିବ""ତୁ ଗରିବ" କହି ତାକୁ ବାର ବାର ମନେ ପକାଇ ଦିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy