STORYMIRROR

Akshaya kumar Rout

Tragedy

3  

Akshaya kumar Rout

Tragedy

ଗରିବୀ

ଗରିବୀ

2 mins
11.8K


କେତେଦିନ ଏମିତି ତୁ ବୁଲୁଥିବୁ

ପେଟ ଚାଖଣ୍ଡକ ପାଇଁ

ବାର ଦୁଆର ଶୁଣ୍ଢୀପିଣ୍ଡା ହୋଇ

ପିମ୍ପୁଡ଼ିଟିଏ ବି ଅନ୍ନ ସାଇତି ରଖେବର୍ଷା ଋତୁ ଶେଷ ଯାଏ, ଆଉ ତୁ

ଗୋଟାଏ ମାସରେ ଧରାଶାୟୀ ହୋଇଗଲୁ !


କାହାକୁ ଦୋଷ ଦେବୁ ତୁ

ଲମ୍ବା ଭାଷଣ ଦେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା

ସାତଏଣ୍ଡୁଅ ଭଳି ରଙ୍ଗ ବଦଳାଉଥିବା ନେତାଙ୍କୁ

ନା ଧନୀର ଶୀର୍ଷ ତାଲିକାରେ ପହଁଞ୍ଚିଥିବା

ଶିଳ୍ପପତିଙ୍କୁ ନା ସାହୁକାର, ଠିକାଦାରଙ୍କୁ !

ତୁ ହିଁ ନେତାଙ୍କ ଜନସଭାକୁ ଟ୍ରକ, ବସ ରେ

ଲଦାହୋଇ ଜାଉ ଆଳୁ ପିଆଜ ଭଳି l


କିଏ ତୋର ଶୁଭଚିନ୍ତକ

ନେତା, ନା ଶିଳ୍ପପତି !

ଥରେ ଭାବି ଦେଖ

ତୁ ସୁଖ ଶାନ୍ତିରେ ରହିଲେ

ଏ ନେତାଙ୍କ କୁମ୍ଭୀର କାନ୍ଦଣା କିଏ ଶୁଣିବ

କିଏ ତାଙ୍କ ଭାଷଣ ଶୁଣିବାକୁ ଖରା ବର୍ଷାରେ

ଟ୍ରକରେ ବୁହାହୋଇ ଦୂର ପ୍ରାଙ୍ଗଣରେ ଏକତ୍ରିତ

ହେବ, ଆଉ ତୁ ଭଲରେ ରହିଲେ ଶିଳ୍ପପତି,

ଠିକାଦାର, ସାହୁକାର ର ଗୋଲାମ କିଏ ହେବ !

କିଏ ସେମାନଙ୍କୁ ଧନୀର ଶୀର୍ଷ ସ୍ଥାନରେ ପହଞ୍ଚାଇବ !


ସବୁ କେବଳ ପ୍ରହସନ, ଲୋକଦେଖାଣିଆ, 

ଭଣ୍ଡାମୀ, କେହି ଚାହାଁନ୍ତି ନାହିଁ ତୋର ସୁଖ ସମୃଦ୍ଧି

କେହି ଚାହାଁନ୍ତି ନାହିଁ ତୋର ସୁଖ ନିଦ୍ରା

ଏମାନେ କେବଳ ତୋତେ ବଞ୍ଚାଇ ରଖିବାକୁ

ଚାହାଁନ୍ତି, ଯେମିତି କିଛି ସମୟ ପାଇଁ ମାଛକୁ

ଥୋପର ପ୍ରଲୋଭନ ଦେଇ ଆତ୍ମସାତ କରାଯାଏ l


କାହା ଉପରେ ଭରସା କରିଛୁ ତୁ ଏଯାଏ !

କେତେଦିନ ଏମିତି ଅନ୍ୟ ଉପରେ ଭରସା

କରୁଥିବୁ? ସମସ୍ତେ ଜଣେ ଜଣେ ଖଳନାୟକ

ନିଜ ଅଧିକାର ପାଇଁ

ନିଜ ସମ୍ମାନ, ସ୍ୱାଭିମାନ ପାଇଁ

ତୋତେ ନିଜେ ହିଁ ଲଢ଼ିବାକୁ ହେବ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy