ଗରିବ
ଗରିବ
ମଣିଷ ମୁଁ ତୁମପରି ଜନ୍ମିଛି ସଂସାରେ
ଆସିଥିଲି ଖାଲିହାତେ ଫେରିବି ଶେଷରେ ।
ନାହିଁ ପୂର୍ବଜଙ୍କ ଖ୍ୟାତି ଧନର ଭଣ୍ଡାର
ଉତ୍ତରାଧିକାରୀ ନୁହେଁ ସମ୍ଭ୍ରାନ୍ତ କୁଳର ।
ଅଭାବୀ ଜନକ ମାତା ନୁହଁନ୍ତି ସ୍ଵାକ୍ଷର
ସୁବିଧା ସୁଯୋଗ ପଥ ମୋ'ପାଇଁ ଅନ୍ଧାର ।
ଧନ ପ୍ରତିପତ୍ତି ଖ୍ୟାତି ବିହୀନ ଜୀବନ
ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବିତିଯାଏ ଦିନ ।
ଆଶା ଆକାଂକ୍ଷା ସପନ ସତେ ଦୂରଜହ୍ନ
ସ୍ୱଚ୍ଛନ୍ଦ ଶୂନ୍ୟ ସରଳ ମୋ'ଚାଲି ଚଳନ ।
କୋଠାବାଡି ଘୋଡାଗାଡି ପାଶେ ନାହିଁ ମୋର
ଦାମିକା ପୋଷାକ ଖାଦ୍ୟ ପାଏନା ଶରୀର ।
ସମାଜ ଗରିବ କହେ ନାହିଁ ସନମାନ
ଧନୀକ କି ସଙ୍ଗେ ଧରି ଆସିଥିଲା ଧନ ।