STORYMIRROR

Jitendra Seth

Abstract

4  

Jitendra Seth

Abstract

ଗରିବ

ଗରିବ

1 min
357

ଅଭିଶପ୍ତ ଅଟେ ଏ ଜୀବନ ମୋର 

ଖାଇବାକୁ ନାହିଁ ଦାନା 

ଶୂନ୍ୟ ମୋର ହାତ ଶୂନ୍ୟ ପୁଣି ଘର 

ଦେହେ ମୋର ଛିଣ୍ଡା କନା ।। 


ବର୍ଷା ଦିନେ ଝରେ ଚାଳରୁ ଗଙ୍ଗୋତ୍ରୀ

ଖରା ଦିନେ ଗ୍ରୀଷ୍ମ ତାପ 

ଶୋଇବାକୁ ନାହିଁ ଭଙ୍ଗା ଖଟ ଗୋଟେ 

ଆଶା ମୋର ଛିଣ୍ଡା ସପ ।। 


ଶୀତ ଦିନ ପାଇଁ କମଳ ଖଣ୍ଡିକ

ମୋ ପାଇଁ ଅଟେ ସପନ

ଅଭାବେ ସ୍ଵଭାବେ ଦୁଃଖ କଷ୍ଟ ସହି 

ବିତିଯାଏ ମୋର ଦିନ ।। 


ରଙ୍ଗହୀନ ଅଟେ ଏ ଜୀବନ ମୋର 

ନାହିଁ କେହି ଆହା ସାହା 

ପେଟ ଚାଖଣ୍ଡକ ଚଳେଇବା ପାଇଁ 

ଖୋଜେ ନିତି ନୂଆଁ ରାହା ।। 


କେଉଁ ଜନମର କେଉଁ କର୍ମ ପାଇଁ 

ଗରିବୀ ଦସା ଭୋଗୁଛି

ଉପରେ ଉପରେ ହସୁଛି ସିନା ମୁଁ

ଅନ୍ତରେ ମନ କାନ୍ଦୁଛି ।। 


ବନ ପୋଡ଼ି ଗଲେ ସମସ୍ତେ ଜାଣନ୍ତି 

ମନ ପୋଡ଼ିଲେ କେ ଜାଣେ

ଯେତେ ଚିତ୍କାରିଲେ ଠାକୁର ଆଗରେ 

ମୋ ଗୁହାରି କିଏ ଶୁଣେ...??? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract