STORYMIRROR

Dr.Omm Prasad Pradhan

Classics

2  

Dr.Omm Prasad Pradhan

Classics

ଗୃହବନ୍ଦୀ ରେ ମୁଁ

ଗୃହବନ୍ଦୀ ରେ ମୁଁ

1 min
86

ଗୃହବନ୍ଦୀ ରେ ମୁଁ କାଟୁଛି ଦିନ 

କେମିତି ସରିବ ଗଣୁଛି ଦିନ 

କରୁଛି କେତେ ମୁଁ ଉପାୟ ମାନ

ସାରିବାକୁ ଏହି ବନ୍ଦୀ ଜୀବନ

ନ ସରେ ସମୟ ନ ସରେ ଦିନ 

କରୋନା ନେଉଛି କେତେ ଜୀବନ 

ଭାବିକି କାନ୍ଦେ ମୋ ଦରଦୀ ମନ 

କରୋନା ପାଇଁ କି ଉପାୟ ଶୂନ୍ୟ


ଖାଉଛି ,ପିଉଛି ,ଶୋଉଛି ମୁହିଁ 

ରାତ୍ରି ଉଜାଗର ନିଦ ତ ନାହିଁ

ସରୁନି ଦିନ ମୋ ସରୁଛି ଡାଟା

ଯାହା ଖାଲି ହୁଏ ମୁଁ ହଟ ହଟା

ଲୁଡୁ ,କ୍ୟାରମ୍ ରେ ଯାଉଛି ଦିନ 

ବହୁବାର ଖେଳେ ଛକି ଓ ଶୁନ

ଉପନ୍ୟାସ ପଢି କଟାଏ ଦିନ 

କବିତା ଲେଖୁଛି ଦେଖି ସପନ

 

ନିଦ ଭାଙ୍ଗି ଯାଏ ତୁହା କୁ ତୁହା 

କେତେ ଯେ ବସିବା ,ଶୋଇବା ଆହା 

ଜୀବନଟା ଯାହା ହେଉଛି ସ୍ୱାହା 

କରୋନା ଭୟ ରେ ପରିବା ଖିଆ 

ଚିକେନ୍, ମଟନ ହୁଏ ଅଡ଼ୁଆ

ଅରୁଚି ହେଲାଣି ମୋ ମୁହଁ ଜିହ୍ଵା


ବ୍ୟସ୍ତ ଲାଗିଲାଣି ଏ ଲକ୍ ଡାଉନ୍

ସମସ୍ତେ ମୁହଁ ରେ ମାସ୍କ ଭିଡ଼ିଲେଣି

ସେ ଗାଁ ହେଉ ଅବା ଟାଉନ୍ 

ନିୟମ ସବୁ କୁ ନ ମାନିଲେ କେହି 

ପୋଲିସ୍ ମାଡ ମାରି କରେ ସଭିଙ୍କୁ ଡାଉନ୍


କେବେ ସରିବ ଏ କ୍ଵାରେଂଣ୍ଟାଇନ୍

ବ୍ୟସ୍ତ ହେଲେଣି ମୋ ଲାଇଫ୍ ଲାଇନ୍

ମନେଇବା କୁ ଆମ ଲଭ୍ ଆନିଭର୍ସରି

ସାଙ୍ଗରେ ଧରି ଗୋଟେ ପ୍ୟାକ୍ ୱାଇନ୍




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics