STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହବନ୍ଦୀ - 3

ଗୃହବନ୍ଦୀ - 3

1 min
11.5K


ଫିକା ଫଗୁଣର ଫଗୁ ବୋଳା ରଙ୍ଗ 

ଅଜଣା ପୁଲକ ଖେଳେ, 

ଫନ୍ଦି ଫିକରରେ ଫରମାଶୀ କରି 

ପ୍ରିୟା ମୋ ବାହୁରେ ଝୁଲେ ll


ଫଲ୍ଗୁ ପ୍ରେମ ସ୍ପର୍ଶ ଫଳିକା ବିନ୍ୟାସ 

ବିନିଦ୍ର ରଜନୀ ବିତେ, 

ଫୁଲଗୁଣା ବାଜି କାମନା ବାସନା 

ଫଳପ୍ରଦ ହୁଏ ଆଶେ ll


ଫୁରୁଣା ସ୍ଫୁରିତ ଫୁଲ୍ଲ କୁସୁମିତ 

ଫିକରେ ଭ୍ରମର ମରେ, 

ଫେରିବ ସେ ଦିନ ଦେଖେ ମୁଁ ସପନ 

ଗୃହବନ୍ଦୀ ସରୁ ଥରେ ll


ଫେନନିଭ ଜ୍ଯୋସ୍ନା ଆକାଶେ ତାତ୍ସଲ୍ୟେ

ମଧୁର ଇଙ୍ଗିତେ ହସେ, 

ଫେଡ଼ିତ ନୟନ ଅଫେରା ପଲକ 

ପ୍ରିୟାର ପଣତ ଫାଙ୍କେ ll


ଫୁସୁଫୁସୁ କାନେ କହେ ସେ ଗୋପନେ 

ଫଳିବ କି ଆଶା ତାର, 

ଫରୁଆ ସିନ୍ଦୂର କପାଳରେ ସତେ 

ଆଙ୍କିବ ଅଜଣା ଗାର ll



Rate this content
Log in

Similar oriya poem from Romance