STORYMIRROR

SOUDAGAR BISWAL

Inspirational

4  

SOUDAGAR BISWAL

Inspirational

ଗୃହ ଲକ୍ଷ୍ମୀ

ଗୃହ ଲକ୍ଷ୍ମୀ

1 min
462


ରୂପା ଗାଁ ଝିଅ ସୁନା କନିଆଁ ଲୋ

ରୂପରେ ତୁଳନା ନାହିଁ

ବିଧାତା ଗଢିଛି କେତେ ଯତନରେ

ନେଉ ତୁ ମନ ଚୋରେଇ।


କାଲି ଥିଲୁ କାହା ହୃଦୟ ରତନ

ଆଜି କା ଅଗଣା ଶିରୀ

କେଉଁ ରାଜ୍ୟରେ ସେ ରାଜ କୁମାର ଲୋ

କଲା ତତେ ତୋଠୁ ଚୋରି।


ହାତେ ହାତ ଥୋଇ ପକାଇଲା ଗଣ୍ଠି

ସିନ୍ଥିକୁ ଭରିଲା ତୋର

ନୂଆ ସମ୍ପର୍କରେ ଯୋଡ଼ି ହୋଇଗଲୁ

ବାପ ଘର ହେଲା ପର।


ଥିରି ଥିରି କଥା ପ୍ରକାଶ କରିବୁ

କଟୁତା କୁ ପରିହରି

ଦୁମୁ ଦୁମୁ ପାଦ ପକାଇବୁ ନାହିଁ

ପୀଡିବୁ ନାହିଁ କାହାରି।


ଥିରି ଥିରି ପାଦ ଗଣି ରଖୁଥିବୁ

ସଂସାର ବିଷମ ମାୟା

ଲଜ୍ଜା ତୋର ଅଙ୍ଗ ଆଭୂଷଣ କରି

ପୂଜିବୁ ମଙ୍ଗଳା ମାଆ।


ଶ୍ବଶୁର ଶାଶୁଙ୍କ ସେବା କରୁଥିବୁ

ସ୍ବାମୀ ପଦେ ଦେଇ ମତି

ଗୁରୁଜନେ ଭକ୍ତି ତୋ ଶ୍ରେଷ୍ଠ କରମ

କଲେ ଯିବୁ ଗଡ଼ ଜିତି।


କୁନି ସଂସାରକୁ ଭେଟି ଦେବୁ ଯେବେ

ଛୋଟ ଗୋଟେ କୁନି ଫୁଲ

ନାରୀ ଜନମ ତୋ ସାର୍ଥକ ହୋଇବ

ପାଇବୁ ଆଦର ଗେଲ।


ସ୍ବାମୀ ଥାଉ ତୁହି ଯିବୁ ସ୍ବର୍ଗ ଦ୍ବାର

ମାଆଠୁ ଆଶିଷ ନେଇ

ଅହ୍ୟରାଣୀ ହେଲେ ଭାଗ୍ୟବତୀ ହେବୁ

ମନେ ରଖିଥିବୁ ତୁହି।


ଦିଅରକୁ ଦେବୁ ପୁଅର ସମ୍ମାନ

ନଣନ୍ଦ ତୋ ଦେହ ଛାଇ

ତେବେ ସିନା ହେବୁ ଗୃହ ଲକ୍ଷ୍ମୀ ତୁହି ଲୋ

ପ୍ରଶଂସିତା ହେବୁ ଯାଇ।


Rate this content
Log in

Similar oriya poem from Inspirational