ଗପଟିଏ ଶୁଣି ଯାଅ
ଗପଟିଏ ଶୁଣି ଯାଅ
କିଏ ଜାଣେ କେତେ ବେଳେ କଣ?
ହୁଏତ କିଛିବି ଘଟିପାରେ....
ହୁଏତ ଏମିତି ମୁଁ କହୁ କହୁ ଅସମ୍ପୂର୍ଣ୍ଣ ରହିପାରେ,
ହେଲେ ଟିକେ ଧ୍ୟାନ ଦେ,
ନିଦ ଆସିବା ଆଗରୁ ଅନ୍ତତଃ ଥରେ ଶୁଣିନେ ,
ମୋର ଶେଷ ଗପଟିକୁ,
ଏ ଏତ ଗପ ନୁହଁ,ଏ କାହାଣୀ ଜିବନାଚର୍ଯ୍ୟର,
ବିଚଳିତ ହେବୁନି,
ନହେଲେ ହରାଇଦେବୁ ସୁଯୋଗ,
ନହେଲେ ଆଉ କିଏ ହରିନେବ ଏ ସମୟକୁ।
ଶୁଣ ସମସ୍ତେତ କୃଷ୍ଣ ହୋଇପାରିବେନି,
କି ସମସ୍ତେ ପାର୍ଥଙ୍କ ପରି ଏକାଗ୍ରରେ ଶୁଣିପାରିବେନି ଗୀତା,
କିଛି ସମୟକୁ କରାୟତ କରିବାକୁ ଚେଷ୍ଟାକର,
ଆତ୍ମସଞ୍ଜମ ବଳରେ ହରାଇବାକୁ ଚେଷ୍ଟାକର ଷଡ଼ ରିପୁଙ୍କୁ,
ହଁ ଜାଣିରଖ ବୈଶାଖୀରେ ଗଛ ପତ୍ରଝଡା ଦିଏ,
ହେଲେ ବସନ୍ତରେ ଭରିଦିଏ ଗଛରେ ନୂଆ ଉନ୍ମାଦନା,
ଅଙ୍ଗେ ଅଙ୍ଗେ ଭରି ନୂଆ ପତ୍ରରାଜି ହୋଇଯାଏ ସବୁଜ ସବୁଜ,
କିନ୍ତୁ ଶୋଇପଡିଲେ ତୁ ହରାଇଦେବୁ ସବୁ କିଛି।
ମିଳିବନି ଏମିତି ପ୍ରକୁଷ୍ଠ ସମୟ ଜୀବନ ଶିକ୍ଷାଲାଗି,
କିଏ ଜାଣେ କେତେ ବେଳେ ସମୟ ହେବ କାହାର?
ସେଥିଲାଗି ପରା ଶୋଇବା ଆଗରୁ ଶୁଣିନେ ମନ ଦେଇଥରେ।
