STORYMIRROR

subrat kumar jena

Abstract

3  

subrat kumar jena

Abstract

ଗପଟିଏ ଶୁଣି ଯାଅ

ଗପଟିଏ ଶୁଣି ଯାଅ

1 min
278


କିଏ ଜାଣେ କେତେ ବେଳେ କଣ?

ହୁଏତ କିଛିବି ଘଟିପାରେ....

ହୁଏତ ଏମିତି ମୁଁ କହୁ କହୁ ଅସମ୍ପୂର୍ଣ୍ଣ ରହିପାରେ,

ହେଲେ ଟିକେ ଧ୍ୟାନ ଦେ,

ନିଦ ଆସିବା ଆଗରୁ ଅନ୍ତତଃ ଥରେ ଶୁଣିନେ ,

ମୋର ଶେଷ ଗପଟିକୁ,

ଏ ଏତ ଗପ ନୁହଁ,ଏ କାହାଣୀ ଜିବନାଚର୍ଯ୍ୟର,

ବିଚଳିତ ହେବୁନି,

ନହେଲେ ହରାଇଦେବୁ ସୁଯୋଗ,

ନହେଲେ ଆଉ କିଏ ହରିନେବ ଏ ସମୟକୁ।

ଶୁଣ ସମସ୍ତେତ କୃଷ୍ଣ ହୋଇପାରିବେନି,

କି ସମସ୍ତେ ପାର୍ଥଙ୍କ ପରି ଏକାଗ୍ରରେ ଶୁଣିପାରିବେନି ଗୀତା,

କିଛି ସମୟକୁ କରାୟତ କରିବାକୁ ଚେଷ୍ଟାକର,

ଆତ୍ମସଞ୍ଜମ ବଳରେ ହରାଇବାକୁ ଚେଷ୍ଟାକର ଷଡ଼ ରିପୁଙ୍କୁ,

ହଁ ଜାଣିରଖ ବୈଶାଖୀରେ ଗଛ ପତ୍ରଝଡା ଦିଏ,

ହେଲେ ବସନ୍ତରେ ଭରିଦିଏ ଗଛରେ ନୂଆ ଉନ୍ମାଦନା,

ଅଙ୍ଗେ ଅଙ୍ଗେ ଭରି ନୂଆ ପତ୍ରରାଜି ହୋଇଯାଏ ସବୁଜ ସବୁଜ,

କିନ୍ତୁ ଶୋଇପଡିଲେ ତୁ ହରାଇଦେବୁ ସବୁ କିଛି।

ମିଳିବନି ଏମିତି ପ୍ରକୁଷ୍ଠ ସମୟ ଜୀବନ ଶିକ୍ଷାଲାଗି,

କିଏ ଜାଣେ କେତେ ବେଳେ ସମୟ ହେବ କାହାର?

ସେଥିଲାଗି ପରା ଶୋଇବା ଆଗରୁ ଶୁଣିନେ ମନ ଦେଇଥରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract