STORYMIRROR

Sujata Badajena

Fantasy Inspirational

3  

Sujata Badajena

Fantasy Inspirational

ଗୋଟିଏ ରାତିର ଗପ

ଗୋଟିଏ ରାତିର ଗପ

1 min
11.9K

ଜହ୍ନ ତାରାକୁ ଡାକିଲା

ସବୁବେଳେ ଏତେ ଦୂରେ ଦୂରେ

କେବେ ଆସନା

ବାଦଲର ନାଆରେ ଭାସି ଭାସି

ଦି ମୁହୂର୍ତ୍ତ ରାତି ଉହାଡ଼ରେ ବସିବା

ତୁ କହିବୁ ଚି଼କମିକ ଆଲୁଅର କଥା

ମୁଁ ଦେଖେଇବି ମୋ କଳଙ୍କର ଦାଗ

ରୂପେଲି କିରଣ ଉହାଡରେ

ଲୁଚେଇଥିବା ସବୁ ଅବଶୋଷ

ସାରା ପୃଥିବୀ ଯେବେ ଶୋଇବ

ଆମେ ବାଦଲରେ ଗୋଡ ଓହଳେଈ

ଅନ୍ୟମନସ୍କ ହେବା

ତୋ ଭାବନାରେ ତୁ ଭାସିବୁ, ମୁଁ ବି

ଆଉ ଯେବେ ନିଜମନସ୍କ ହେବା

ତୁ ହସିବୁ ହତାଶାର ହସ

ମୁଁ ନୀରବ ରହିବି

ପାହାନ୍ତା ଥଣ୍ଡା ପବନରେ

ସ୍ମୁତିକୁ ଛାଣିବା

ତାପରେ ତୁ ଲୁଚିଯିବୁ

ଆଉ ମୁଁ ହଜିଯିବ

କୋଉ ଦିନ ଆଲୁଅରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy