STORYMIRROR

Sujata Badajena

Romance

2  

Sujata Badajena

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
352

ଚାହିଁ ରହିଚି ମୁଁ ଜାଳି ପ୍ରେମର ଦୀପାଳି

କେବେ ଭରିବ ମୋ ମନର କଳସି

ପ୍ରେମ ବାରି ଢାଳି

କୋକିଳ ଗାଉଚି ମୋର ମନ ବନେ ଉପବନେ

ବିରହ ବିଧୁରା ସେ ଯେ ଖୋଜେ କାରେ

ପ୍ରତି ତାନେ ତାନେ

ମୋ ପ୍ରାଣତନ୍ତ୍ରୀ ଥରିଯାଏ କାହାର ସ୍ଵନରେ

କେବେବି ଆସିବ ସେ ଏକ ନବ ପ୍ରଭାତରେ

ସ୍ବପ୍ନ ମୋର ତା ପାଇଁ ବିଶାଳ ରାଜ୍ୟର

ସାହାଜାହାନ ସେ ମୋ ତାଜମହଲର

ଝରଣାର କୂଳେ କୂଳେ ସେ ମୋର ପଥିକ

ମୋ ମନ ବନ୍ଦରର ସେ ସପନ ବଣିକ

ଭରିବ ସେ ମୋ ସୀମନ୍ତ ଆଣି ପ୍ରେମ ରଙ୍ଗ

ତା ବଂଶୀ ଗାଇବ ମୋ ପାଇଁ ସପ୍ତରାଗ

ଆସୁଛି ସେ ମୋ ସ୍ବପ୍ନରେ ମନ ଆକାଶରେ

ଆସିବ କେବେ ବାସ୍ତବରେ, ଏକ ମହାର୍ଘ ମୁହୂର୍ତ୍ତରେ

ମୋ ରଙ୍ଗ ଆକାଶର ସେଯେ ଇନ୍ଦ୍ରଧନୁ

ପ୍ରୀତି ପିୟାସିନି ମୁଁ ଯେ

ତୃଷ୍ଣା ରେ ତା ବିନୁ

ମୋ ମନ ଆକାଶରେ କାହା ପ୍ରତିଛବି

ସ୍ମୃତି ମହ୍ଲାରରେ ସେ ରଙ୍ଗାୟିତ ଛବି

ଅପେକ୍ଷା ମୋ ତା ପାଇଁ କେତେ ଫଗୁଣର

ପ୍ରତୀକ୍ଷା ମୋ ତା ପାଇଁ ଜନ୍ମ ଜନ୍ମାନ୍ତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance