STORYMIRROR

Sujata Badajena

Inspirational

4  

Sujata Badajena

Inspirational

ତୁ ଆଉ ମୁଁ

ତୁ ଆଉ ମୁଁ

1 min
24.4K

ନିରବ ଅପରାହ୍ନରେ

ଅଧାପୋଡା ଅଙ୍ଗାରଟେ ପରି ମୁଁ କୁହୁଳେ

ତୋ ସ୍ମୁତିକୁ ଆହୁତି ଦେଈ

ମୁଁ ଆହୁରି ଜଳେ,

ତୋ କୋଳ ଖୋଜେ

ତୋ ସ୍ପର୍ଶ ଖୋଜେ

ଭାବନା ସବୁକୁ ରୂପରେଖ ଦେବା ପାଇଁ

ମୁଁ ଆକ୍ଷି ବୁଜେ,

ମୋର ଅସମାହିତ ପ୍ରଶ୍ନ

ତୋର ନିରବ ହସ

ବୁଝି ବୁଝେଇବାର ପାରିଲାପଣିଆରେ

ମୁଁ ଝୁଁଟେ,

ତୋ ହାତର ଢ଼େରାରେ

ପୁଣି ଉଠେ

ତୋ ଆକ୍ଷିରେ ଆକ୍ଷି ମିଶେଇ

ଜହ୍ନ ରାତିରେ ତାରା ଗଣେ

ନୂତନ ସକାଳଟେ ପାଇଁ

ସ୍ବପ୍ନ ବୁଣେ,

ପଲକ ତଳୁ ଅଦିନ ମେଘ

ଆହୁରି ଜୋରରେ ବର୍ଷେ

ମୁଁ ଆକ୍ଷି ଖୋଲେ

ସମୟ ନିରବି ଯାଏ,

ଠିକ ଆଗ ପରି

ମୁଁ ଆଉ ଥରେ

ଚାଲିବା ଆରମ୍ଭ କରେ

ପଛରେ ଅତି ସନ୍ତର୍ପଣରେ, ସଯତନେ ସାଇତି ଦିଏ

ତତେ ଆଉ ମୋ ଭିତରର ଅବୁଝା ଶିଶୁକୁ "ମା "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational