STORYMIRROR

Sujata Badajena

Others

3  

Sujata Badajena

Others

ବର୍ଷା

ବର୍ଷା

1 min
214

ଆସିଗଲା ଶ୍ରାବଣଟା ବିନା ଖବରରେ

ଠିକ ତୁମରି ପରି

ପବନର ଆଲୋଡନ ନେଇ

ଛୁଇଁଗଲା ତନୁରୁ ମନର ପ୍ରତିଟି କୋଣକୁ,

ବରଷି ଗଲା ଅସରାଏ ବର୍ଷା

ନାଚିଗଲି ଝୁମିଗଲି ବିନା ନୂପୁରରେ

ହୃଦୟର କଢିଟି ମୋ ଫୁଲ ହେଇ ଫୁଟିଗଲା,

ଚାଲି ଯାଉ ଯାଉ କଳଙ୍କିତ କରିଦେଲା

ବରଷାର ଛିଟା

ତଥାପି ହୃଦୟରେ କେମିତି ପୂର୍ଣ୍ଣ ପୂର୍ଣ୍ଣ ଭାବ

ଛାଡିଗଲା ଯେତେ ସବୁ ଅଭୁଲା ମୁହୂର୍ତ

ବଞ୍ଚିବା ପାଇଁ ଯଥେଷ୍ଟ ଜୀବନଟା ଯାକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍