ବର୍ଷା
ବର୍ଷା
1 min
201
ଆସିଗଲା ଶ୍ରାବଣଟା ବିନା ଖବରରେ
ଠିକ ତୁମରି ପରି
ପବନର ଆଲୋଡନ ନେଇ
ଛୁଇଁଗଲା ତନୁରୁ ମନର ପ୍ରତିଟି କୋଣକୁ,
ବରଷି ଗଲା ଅସରାଏ ବର୍ଷା
ନାଚିଗଲି ଝୁମିଗଲି ବିନା ନୂପୁରରେ
ହୃଦୟର କଢିଟି ମୋ ଫୁଲ ହେଇ ଫୁଟିଗଲା,
ଚାଲି ଯାଉ ଯାଉ କଳଙ୍କିତ କରିଦେଲା
ବରଷାର ଛିଟା
ତଥାପି ହୃଦୟରେ କେମିତି ପୂର୍ଣ୍ଣ ପୂର୍ଣ୍ଣ ଭାବ
ଛାଡିଗଲା ଯେତେ ସବୁ ଅଭୁଲା ମୁହୂର୍ତ
ବଞ୍ଚିବା ପାଇଁ ଯଥେଷ୍ଟ ଜୀବନଟା ଯାକ ।
