ସଖା ନମାମି
ସଖା ନମାମି
ତମକୁ କିଛି କହିବାର ଥିଲା ସଖା
ବହୁ ଦିନରୁ ବନ୍ଦ ପଡ଼ିଥିବା
ମନକୁ ଖୋଲିବାର ଥିଲା
ଆମର ଏ ଭାବ ଦିଆନିଆ ।
ଏକ ପାଖିଆ ନା ଦ୍ୱିପାକ୍ଷିକ
ଜଣେ ନିରବ ନିଶ୍ଚଳ
ଆଉ ଜଣେ ଭାବନାରେ ଗଦଗଦ
ଜଣେ ଆତ୍ମା
ଆଉ ଜଣେ ପରମାତ୍ମା ।
ତମେ ଭଲ ପାଉଥିବା
ଅବା ତମକୁ ଭଲ ପାଉଥିବା
ମଣିଷ ମାନଙ୍କ ଡାକରେ
ତମେ ବି କଣ ଅସ୍ଥିର ହୁଅ
ଯନ୍ତ୍ରଣା ରେ ଜର୍ଜରିତ ହୁଅ ।
ମୃତ୍ତି ଆର ପଟରେ
ତମେ ବି କଣ ଛଟପଟ ହୁଅ
ନା ତମେ ଧର୍ଯ୍ୟର
ଏକ ବିଶାଳ ପାହାଡ଼ ।
ତମେ ଆମ ପରି
ନା ତମେ ତମ ପରି ସଖା
ଅସହାୟତା ରେ ହାତ ଟେକିଲା ବେଳେ
ସମସ୍ତେ ତୁମକୁ ଛୁଅନ୍ତି
ନା କିଛି ରହିଯାନ୍ତି ।
ତୁମକୁ ଆଲିଙ୍ଗନ ନକରି
ତମେ ବି ତ ରାତି ରାତି
ନିଦ ହଜଉ ଥିବ
କେବେ ଅଖଣ୍ଡ ବିଶ୍ୱାସ ତଳେ
ଚାପି ହେଇଯାଉଥିବ ।
ତମେ ତ ନିଜ ପକ୍ଷ କେବେ ରଖିନ
କେବେ ଦେଖେଇନ
ତୁମ ଅପଲକ ନେତ୍ରର
ଅଜସ୍ର ଅଶ୍ରୁ ।
ତମେ ତ ସବୁବେଳେ ନିରବ
କେମିତି ବୁଝିବ ଆଉଜଣେ
ତୁମ ବାଙ୍କ ଚାହାଣିରୁ
ରଙ୍ଗ ଅଧରରୁ।
କୁହ ସଖା
କେବେ ତୁମେ ଆସିବ
ତୁମ ପକ୍ଷ ରଖିବା ପାଇଁ
ନା, ମଣିଷ ସମାଜ
ଏମିତି ତିଆରୁ ଥିବ, ଭାଙ୍ଗୁଥିବ
ନିଜ ଇଛାରେ, ଇଙ୍ଗିତରେ
ମଣିଷ ତିଆରି ଈଶ୍ୱରଠାରୁ
ତମେ କେତେ ସ୍ୱତନ୍ତ୍ର
ତମେ କେବେ ଦେଖାଇବ ସଖା ।