STORYMIRROR

Sujata Badajena

Abstract

2  

Sujata Badajena

Abstract

ଅଭିସାରିକା

ଅଭିସାରିକା

1 min
324

ତୁମେ ଆସିବ ବୋଲି

ନାଇଁ ଦେଲି ପ୍ରତୀକ୍ଷାର କଜ୍ଜଳ ଧାରେ

ନିଗାଡ଼ି ଦେଲି ଯେତେ ଯେତେ

ଲୁହ ଆଉ କୋହ ସବୁ

ତୁମ ଅଲକ୍ଷରେ

ଫଗୁଣକୁ ଦେଇଦେଲି ରାଣ

ବହିଯିବା ପାଇଁ

ମୋ ଅଗଣା ଦେଈ

ମଳୟକୁ ମଧୁ ମାସେ ଛୁଇଁଯିବା ପାଇଁ


ଓଠ କିଆରୀରେ ବୁଣିଦେଲି

ଚୁନି ଚୁନି ହସର ପାଖୁଡା

ହୃଦୟରେ ଭରିଦେଲି

ପ୍ରେମ ଖାଲି ପ୍ରେମର ପସରା

କବରୀରେ ଭରିଲି

ରାତିର ଗାଢ଼ତା ଆଣି

ପାଦରେ ବାନ୍ଧିଲି

ଚଞ୍ଚଳ ନୁପୁର ରାଗିଣୀ

ଦେଇଥିଲ ଯେତେ ସବୁ

ପ୍ରତାରଣା ଦାଗ

ଲେପିଲି ତା ଉପରେ

ବହଳ ପ୍ରେମର ରଙ୍ଗ

ରାଶି ରାଶି ଦୁଃଖ ପରେ

ନାଇଁଦେଲି ଲାଜର ଗହଣା

କଣ୍ଟକିତ ଜୀବନ ରାସ୍ତାକୁ

କଲି ଫୁଲର ଅଗଣା

ଆଜି ମୁଁ ପ୍ରେୟସୀ ଖାଲି

ତୁମ ଅଭିସାରିକା ସାଜି

ତୁମେ ତ ଆସିବ ନାହିଁ

ଆସୁ ପଛେ ତୁମ ପ୍ରତିଛବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract