ବୋଉ
ବୋଉ
ବୋଉ
ଶବ୍ଦ ଭିତରେ ଜାଣ ସେ ଦୁନିଆ ଟେ
ମନ ଭିତରେ ଶବ୍ଦ ଆସିଲେ ହିଁ
ଗୋଟେ ନିଜର ପଣ ଜାବୁଡି ଧରେ
ତାର ବାହୁ ବେଷ୍ଟିନି ରେ
ବିହ୍ଵଳ କରେ ସେ ଅନୁଭବ
ବୋଉ,
ଶବ୍ଦଟେ ଶୁଣିଲେ ହିଁ
ନିଜ ଚାରିକଡେ
ଗୋଟେ ଅନୁଭବର
ଦୁନିଆ ସ୍ତୃଷ୍ଟି ହୁଏ
ସ୍ନେହର, ପ୍ରେମର, ଆବେଗର
ଏଇ ସବୁ ଶବ୍ଦକୁ
ବୋଉ ହିଁ ଅନୁଭବ ଦେଇଛି
ତା ଆଗରୁ ବୋଧେ
ସେମାନେ ଖାଲି ଥିଲେ
ଗୋଟିଏ ଗୋଟିଏ ଶବ୍ଦ
ହିଁ ଥିଲେ.
ମୁଁ ବିଭୋର ହୁଏ
ତାର ବାସ୍ନା ରେ
ତାର କଥାରେ
ତାର ହସରେ
ସତେକି ଜାବୁଡି ଧରିଚି
ସେ ମତେ କାହିଁ କୋଉ ଯୁଗରୁ,
ତାର ପ୍ରାଥନା ରେ
ମୁଁ ସବୁବେଳେ ନିରାପଦ
ତା ଆଲିଙ୍ଗନ ରେ
ଦୂରେଇ ଯାଏ ସବୁ ଏକାକୀତ୍ବ
ହୃଦୟକୁ କେହିଜଣେ ଛୁଇଁଦେଲା
ତାହା ଆତ୍ମା କୁ ସଂଚରି ଗଲା
ସେ ଅନୁଭବ ଭାରି ନିଆରା
ବର୍ଣନା ବାହାରେ
କାରଣ ସେ ପରା ବୋଉ
ତା ପାଇଁ ଶବ୍ଦ ନାହିଁ
ସେ ତ ନିଜ ଭିତରେ
ଗୋଟେ ଶବ୍ଦକୋଷ
ମୁଁ ଖୋଜେ ବୋଉ କୁ
ତାର ମଥାର ସିନ୍ଦୁର ଟୋପାକୁ
ତାର ସିନ୍ତିର ସେ ସିନ୍ଦୁର ଧାର
ସେମାନେ ଏତେ ଉଜ୍ଜଳ
ନା ବୋଉ ପାଇଁ ଏତେ
ସୁନ୍ଦର ଲାଗନ୍ତି
ସକାଳୁ ଆଖି ଖୋଲିଲେ
ମୁଁ ବୋଉକୁ ଦେଖେ
ଏମାନେ ଚହଟୁ ଥାନ୍ତି,
ତାର ସେ ହସ
ସେ ତ ସିନ୍ଦୁର ଠାରୁ
ଆହୁରି ଉଜ୍ଜଳ
କିଛି ଚି଼କମିକ ଜିନିଷଟେ
ଯେମିତି
ସକାଳ ଅଳସୁଆ ଆଖିପତାରେ
ଯେବେ ମୁଁ ତାକୁ ଦେଖେ
ଆହୁରି ବଡ ବଡ ଆଖିରେ ଚାହେଁ
ଲାଗେ ଏମିତି ମଳିନ ସକାଳରେ
କିଛି ସୁନ୍ଦର ଜିନିଷ
ଆଖିକୁ ଛୁଇଁଲା
ନିଦ ମାନେ କୋଉଠି ହଜନ୍ତି
ହଠାତ ସକାଳ ହସିବା
ଆରମ୍ବ କରେ
ସୂର୍ଯ୍ୟ କିରଣ ଠୁ ବି
ଆହୁରି ଉଜ୍ଜଳ
ସେ ହସ ଆଉ ସିନ୍ଦୁର
ଆଉ ଚୁଡ଼ିର ସେ ଋଣଝୁଣ ଶବ୍ଦ
ଗୋଟେ ସୁନ୍ଦର ସଂଗୀତ
ତାଳ ରେ ବାଜୁଛି
ଲାଗେ, ଗୋଟେ ଘରକୁ ଘର କହିବା ପାଇଁ
ଆଉ କିଛି ଦରକାର ନାହିଁ
ବୋଉ ହିଁ ପୁରା କରିଦିଏ
ସେ ଅଭାବୀ ଅନୁଭବ
ଆଜି ଆଉ ବୋଉ ନାହିଁ
ସକାଳ ଆସୁଛି
ହେଲେ ମୁଁ ଆଉ ଚାଁହୁନି
ବଡ ବଡ ଆଖିରେ
ନିଦକୁ ବି ଧାର ଦେଈ ଦେଇଛି
ଆଖିପତା
ଯେତେ ସମୟ ଚାଁହୁ ରହିପାରୁ
ସକାଳ ମୋର ଆଉ
ଆଗ ପରି ଖେଳୁନି
ବୋଉ ସାଙ୍ଗରେ ସେଇ
ମୁହୂର୍ତ୍ତ ମାନ ବି ଚାଲିଗଲେ
ମତେ ମୁଂହ ମୋଡି ଦେଈ
-------------