STORYMIRROR

Narayan chandra Senapati

Abstract

2  

Narayan chandra Senapati

Abstract

ଗୋଟା.... ଭଙ୍ଗା

ଗୋଟା.... ଭଙ୍ଗା

1 min
203

ଜୀବନଟା ଗୋଟେ ଗୋଟା ପେନସିଲ ସଳଖରେ ଚାଲୁଥାଏ ସୁଖ ସୁବିଧାରେ ଗୋଟିଏ ମୁଖରେ ଦର୍ଶନ କୁ ଲେଖୁଥାଏ। ଆଶା ଆକାଂକ୍ଷାର ନବ ଉନ୍ମାଦନା କେତେ ନୂଆ ନୂଆ ଲକ୍ଷ୍ୟ ନିଷ୍ଠା ପ୍ରତିଜ୍ଞାରେ ସଫଳ କରିବ ଲଙ୍ଘିଣ ସାଗର ବକ୍ଷ। ଜୀବନ ସରଳ ସଳଖ ପଥଟା କେବେ ଯଦି ଭାଙ୍ଗିଯାଏ ଉତ୍ସାହ ଆବେଗ ଉଦ୍ଦୀପନା ସବୁ ହତାଶାରେ ଭରିଯାଏ। ବୁଦ୍ଧି ଜ୍ଞାନ ସହ ଧୈର୍ଯ୍ୟ ଦୁଆରରେ ଟେକେ ଯେବେ ନୂଆ ମୁଣ୍ଡ ନବୀନ ଜୀବନ ସପନରେ ଭରେ ମୄଦ୍ୟୁ ହସେ ନୂଆ ତୁଣ୍ଡ। ସମସ୍ୟାରେ ଅନ୍ତ ହୁଏନା ଜୀବନ ଆରମ୍ଭେ ଯେବେ ନୂତନ ସେହି ଜୀବନରେ ଲକ୍ଷ୍ୟ ସାଧିବାକୁ ଦେଖେ କେତେ ଯେ ସପନ। ମାନବ ଜୀବନ ହୁଏ ନାହିଁ କେବେ ପରିପୂର୍ଣ୍ଣ କି ନିଖୁଣ ସବୁ ସମୟରେ ସମସ୍ୟା ତରଙ୍ଗ କରେ ତାକୁ ଛିନ୍ନ କ୍ଷୀଣ। ଏକ ମନ ଯଦି ଭାଙ୍ଗି ଦୁଇ ହୁଏ ହରାଏ ପ୍ରେମ ବନ୍ଧନ ଭଙ୍ଗା ଦୁଇ ମନ ହୁଏ ନାହିଁ ଯୋଡି ସମ୍ପର୍କ କରେ କ୍ରନ୍ଦନ। ଭିନ୍ନ ଘରେ ନୂଆ ଜୀବନ ଗଢିଲେ ମିଳେନା ଏକତା ପ୍ରୀତି ଏକ ଜୀବନଟା ଦୁଇ ଖଣ୍ଡ କରି ପାରିଛିକି କିଏ ଜିତି ? ଆସ ହେ ସରବେ ସେନେହ ନିଷ୍ଠାରେ କରିବା ବଜ୍ର ଶପଥ ହେବା ନାହିଁ ଭାଗ ଯଦି ଭାଗ୍ୟେ ଲେଖା ଧୈର୍ଯ୍ୟୈ ଆଦରିବା ପଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract