ଗୋପବନ୍ଧୁ
ଗୋପବନ୍ଧୁ
ଓଡିଶା ପ୍ରଦେଶ ସୁଯୋଗ୍ୟ ସନ୍ତାନ
ସେବା ପାଇଁ ତୁମ ଉତ୍ସର୍ଗ ଜୀବନ
ଯନ୍ତ୍ରଣା କଷଣ ଦେଖି ଦୁଃଖୀ ଜନ
ଦରଦୀ ହୃଦୟେ କାନ୍ଦୁଥିଲା ପ୍ରାଣ l
ଦେଶ ସେବା କରି ଜୀବନ ସାରିଲ
ସ୍ୱାଧୀନ ସଂଗ୍ରାମେ ବ୍ରତୀ ହୋଇଥିଲ
କାରାଗାରେ କେତେ ସମୟ କାଟିଲ
ଚିନ୍ତା ଚେତନାରେ ଦେଶ ଭକ୍ତ ଥିଲ l
ଅବକାଶ ଚିନ୍ତା, ଓ କାରାକବିତା
ବନ୍ଦୀ ଆତ୍ମକଥା ଲେଖା ନଚିକେତା
ଥିଲ ପ୍ରାବନ୍ଧିକ, କବି ଓ ଲେଖକ
ସମାଜ ଖବର ର ଯେ ସମ୍ପାଦକ l
ମାତା ସ୍ଵର୍ଣ୍ଣମୟୀ ପିତାଯେ ଦୈତାରୀ
ସୁଆଣ୍ଡୋ ଗ୍ରାମରେ ଜନମ ତୁମରି
ପଞ୍ଚସଖା ମେଳେ ସୁକର୍ମ ପ୍ରସାରି
ସ୍ମୃତି ଛାଡିଗଲ ହୃଦୟେ ସବୁରୀ l
ସମ୍ବୋଧେ ଉତ୍କଳମଣି ଆଖ୍ୟା ମିଳେ
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଦେଲେ
ସଂସ୍କାର ସେବକ ଥିଲ ଦେଶଭକ୍ତ
ଅମ୍ଲାନ ତୁମର ଅମର ବ୍ୟକ୍ତିତ୍ୱ l
ବନ୍ୟା ଓ ଦୁର୍ଭିକ୍ଷ ପରା ସହଚର
ପ୍ରତିବର୍ଷ ହୁଏ ଦୁଃଖ ଓଡ଼ିଶାର
ଛାଡି ଘରଦ୍ୱାର ସହାୟତା କର
ଅଜଣାକୁ ଭାବ ବନ୍ଧୁ ଆପଣାର l
ଓଡିଶା ସାହିତ୍ୟେ ରହିଛି ଅମର
ତୁମ ହାତ ଲେଖା ଅତୀବ ସୁନ୍ଦର
"ମିଶୁ ମୋର ଦେହ ଏଦେଶ ମାଟିରେ
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟେ ପଥେ ଯେତେ ଗାଡ଼
ପୁରୁ ତହିଁ ପଡି ମୋର ମାଂସ ହାଡ଼ ।
