ଗୋପବନ୍ଧୁ
ଗୋପବନ୍ଧୁ
ହସି ଉଠୁଥିଲେ ଓଡ଼ିଶା ବାସୀ
ଯାହାର ପରଶ ପାଇ
ଆତ୍ମା ଯାହାର କାନ୍ଦି ଉଠୁଥିଲା
ଗରିବ ମାନଙ୍କ ପାଇଁ ।
ଭାବୁଥିଲେ ଯିଏ ଆମ ସମସ୍ତଙ୍କୁ
ଭାଇ ଭଉଣୀ ବୋଲି
ପଡୁ ଯେତେ ଦୁଃଖ ଆପଣା ମନରୁ
ଯାଉଥିଲେ ଯିଏ ଭୁଲି ।
ଅନ୍ୟର ଦୁଃଖରେ ଦୁଃଖୀହୋଇ ଯିଏ
ଢାଳୁଥିଲେ ନିତି ଲୁହ
ଅନ୍ୟର ବେଦନା ସହି ନ'ପାରିଣ
ଉଠୁଥିଲା ଯା'ର କୋହ ।
ଦୁର୍ଭିକ୍ଷ ସମୟେ ବନ୍ୟା କାଳରେ
ଛାତିକୁ କରି ପଥର
ବାଣ୍ଟୁଥିଲେ ଯିଏ ଚୁଡା ଚାଉଳ
ବୁଲି ବୁଲି ଘର ଘର ।
ଏକଇ ପୁତ୍ରର ମରଣ ଦେଖି
ପାରିଥିଲେ ଯିଏ ସହି
ଓଡ଼ିଶା ମାଟିର ଯୋଗ୍ୟ ସନ୍ତାନ
ଗୋପବନ୍ଧୁ ଥିଲେ ସେହି ।