STORYMIRROR

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ଗୋପାଳ ପଟ୍ଟନାୟକଙ୍କ ପ୍ରତି

ଗୋପାଳ ପଟ୍ଟନାୟକଙ୍କ ପ୍ରତି

1 min
409

ହେ ଗୋପାଳ ପଟ୍ଟନାୟକ ହେ

ଧନ୍ୟ ତୁମେ ସାହିତ୍ୟକ 

ଭକତ ଜନଙ୍କ ପାଇଁ ଅବିରତ

ଶ୍ରମେ ରତ ହେ ସାଧକ ।


ଚାହିଁ ଚାହିଁ ସଦା ଭକତ ଆନନ୍ଦ

ଭକତି ଭାବ ପ୍ରାବଲ୍ୟ

କାଵ୍ୟିକ ସୁଷମା ମୟୀ ସୁରଚନ

ରଚିଅଛ ହେ ଗୋପାଳ ।


ପାରଳା କ୍ଷେମୁଣ୍ଡି ଠାରେ ସତରଶ

ଚୌରାଶି ଶୁକ୍ଳ ପ୍ରଥମି

ଆହେ କବି ତୁମେ ଆହାକି ସୂକ୍ଷଣେ

ଥିଲେ ହେ ତହିଁ ଜନମି ।


ପିତା ବନ ବାସୀ ପଟ୍ଟନାୟକ ଓ

ମାତା ଯେ ଲଳିତା ଦେଈ

କୋଡିଏ ବରଷ ବୟସେ ବିବାହ

ହୀରା ଦେଈ ସାଥେ ହେଇ ।


ଥିଲାଯେ ତୁମର ହେ କବି ଶେଖର

ଗୋପାଳ ପଟ୍ଟନାୟକ

କବି କଳହଂସ ଉପାଧି ପ୍ରାପତ

ଖ୍ୟାତି ଅର୍ଜିଲ ଅନେକ ।


ଜନପ୍ରିୟ ସୃଜନିକା ରଚୟିତା

ଗୋପାଳ ପଟ୍ଟନାୟକ

ଜନ ଗଣ ମନ ପ୍ରାଣ ଆକର୍ଷଣ

କରେ ତବ କୃତି ଯାକ ।


କୋଇଲି ଚିଟାଉ ଚଉତିଶା ଆଉ

ପଦିଆ ଜଣାଣ ଗାନ

ଗାଇ ଗାଇ ଜନେ ଭକ୍ତି ନିମଗନେ

ମଜ୍ଜାଇ ଦିଅନ୍ତି ମନ ।


ସୃଜି ଅଛ କବି ବୈଷ୍ଣବ ଭକତି

ତତ୍ତ୍ୱ ଉପଦେଶ ମାନ

ରାଧା କୃଷ୍ଣ ଲୀଳା ରାସ ମଣ୍ଡପରେ

ବିଜେ କରି ଯେତେ କାମ ।


କରନ୍ତି ସେ ସବୁ କମନୀୟ ଚାରୁ

ଅଳଙ୍କାର ଶୋଭାଭରି

ଧନ୍ୟ କବି ତୁମେ ପ୍ରତିଭା ବଳରେ

ଅପୂର୍ବ ତୁମ କାଉରି ।


ସଙ୍ଗିନୀ ରେ ରାସ ରଙ୍ଗିନୀରେ ଗୀତ

ପରି ଉନ୍ନତ ସଂଗୀତ

ସାରା ଓଡ଼ିଶାରେ ସୁମଧୁର ସ୍ଵରେ 

ତୁମରି ଗାନ ଝଙ୍କୃତ ।


ଅନୁସରି ତ ହେ , କାଳ ଯାକ ଗଲା

ସରିତ ଗୀତ ଆଦୃତ

ସୁସଙ୍ଗିତ ଝରା ହେଇ ଶୃଜି ଧାରା 

ସାରା ଉତ୍କଳେ ବିଖ୍ୟାତ ।


ଉଠିଲୁ ଏଡେ ବେଗୀ କାହିଁକିରେ ଗୀତ

ତୋଳେ ବିମୁଗ୍ଧ ମୂର୍ଚ୍ଛନା

ଧନ୍ୟ ତୁମେ କବି ସଂଗୀତ ପୂରବୀ

ତୁମ ଅତି ବୀଣା ଜିଣା ।


ଭଜନ ଜଣାଣ ଭକତି ପ୍ରବଣ 

କବିଭାବେ ତୁମେ ଖ୍ୟାତ

ରାଧାକୃଷ୍ଣ ରାସ ରସେ କି ସରସ 

ରସମୟୀ ସୁସାହିତ୍ୟ । 


ରଚିଛ ଭକତ ପାଠକ ପାଇକି 

ଆହା କରି କେତେ ଶ୍ରମ 

ତୁମରି କୃତି ହିଁ ଉତ୍କଳ ସାହିତ୍ୟେ 

ଛୁଇଁଛି ଶୀର୍ଷ ସୋପାନ । 


ରଚିଛ କେତେ ଯେ ଲାଳିକ ମାଳିକା 

ଛାନ୍ଦ ଚଉପଦୀ ଚମ୍ପୁ 

ଚଉତିଶା କୋଇଲି ,ଗାହା ,ଦୋହା ,ବୋଲି ,

ଚମତ୍କାର ବେଶେ ସବୁ । 


ଓଡିଶୀ ସଙ୍ଗୀତେ ଉଚାଙ୍ଗ ସୁଷମା

ଅର୍ପି ତୁମେ ସଜାଇଲ 

ଧନ୍ୟ ତୁମେ କବି ,କବି କଳହଂସ ,

ଧନ୍ୟ ହେ ତୁମେ ଗୋପାଳ । 


ଚଉପଦୀ ଚନ୍ଦ୍ର , ସଙ୍ଗୀତ ସାଗର 

ଅଟେ ତୁମ ଶ୍ରେଷ୍ଠ କୃତି 

ସାଙ୍ଗିତୀକତାରେ ମୋହେ ଜନ ମନ 

ଯୋଗାଏ ପ୍ରାଣେ ଭକତି ।



Rate this content
Log in

Similar oriya poem from Abstract