ଗୋପାଳ ପଟ୍ଟନାୟକଙ୍କ ପ୍ରତି
ଗୋପାଳ ପଟ୍ଟନାୟକଙ୍କ ପ୍ରତି
ହେ ଗୋପାଳ ପଟ୍ଟନାୟକ ହେ
ଧନ୍ୟ ତୁମେ ସାହିତ୍ୟକ
ଭକତ ଜନଙ୍କ ପାଇଁ ଅବିରତ
ଶ୍ରମେ ରତ ହେ ସାଧକ ।
ଚାହିଁ ଚାହିଁ ସଦା ଭକତ ଆନନ୍ଦ
ଭକତି ଭାବ ପ୍ରାବଲ୍ୟ
କାଵ୍ୟିକ ସୁଷମା ମୟୀ ସୁରଚନ
ରଚିଅଛ ହେ ଗୋପାଳ ।
ପାରଳା କ୍ଷେମୁଣ୍ଡି ଠାରେ ସତରଶ
ଚୌରାଶି ଶୁକ୍ଳ ପ୍ରଥମି
ଆହେ କବି ତୁମେ ଆହାକି ସୂକ୍ଷଣେ
ଥିଲେ ହେ ତହିଁ ଜନମି ।
ପିତା ବନ ବାସୀ ପଟ୍ଟନାୟକ ଓ
ମାତା ଯେ ଲଳିତା ଦେଈ
କୋଡିଏ ବରଷ ବୟସେ ବିବାହ
ହୀରା ଦେଈ ସାଥେ ହେଇ ।
ଥିଲାଯେ ତୁମର ହେ କବି ଶେଖର
ଗୋପାଳ ପଟ୍ଟନାୟକ
କବି କଳହଂସ ଉପାଧି ପ୍ରାପତ
ଖ୍ୟାତି ଅର୍ଜିଲ ଅନେକ ।
ଜନପ୍ରିୟ ସୃଜନିକା ରଚୟିତା
ଗୋପାଳ ପଟ୍ଟନାୟକ
ଜନ ଗଣ ମନ ପ୍ରାଣ ଆକର୍ଷଣ
କରେ ତବ କୃତି ଯାକ ।
କୋଇଲି ଚିଟାଉ ଚଉତିଶା ଆଉ
ପଦିଆ ଜଣାଣ ଗାନ
ଗାଇ ଗାଇ ଜନେ ଭକ୍ତି ନିମଗନେ
ମଜ୍ଜାଇ ଦିଅନ୍ତି ମନ ।
ସୃଜି ଅଛ କବି ବୈଷ୍ଣବ ଭକତି
ତତ୍ତ୍ୱ ଉପଦେଶ ମାନ
ରାଧା କୃଷ୍ଣ ଲୀଳା ରାସ ମଣ୍ଡପରେ
ବିଜେ କରି ଯେତେ କାମ ।
କରନ୍ତି ସେ ସବୁ କମନୀୟ ଚାରୁ
ଅଳଙ୍କାର ଶୋଭାଭରି
ଧନ୍ୟ କବି ତୁମେ ପ୍ରତିଭା ବଳରେ
ଅପୂର୍ବ ତୁମ କାଉରି ।
ସଙ୍ଗିନୀ ରେ ରାସ ରଙ୍ଗିନୀରେ ଗୀତ
ପରି ଉନ୍ନତ ସଂଗୀତ
ସାରା ଓଡ଼ିଶାରେ ସୁମଧୁର ସ୍ଵରେ
ତୁମରି ଗାନ ଝଙ୍କୃତ ।
ଅନୁସରି ତ ହେ , କାଳ ଯାକ ଗଲା
ସରିତ ଗୀତ ଆଦୃତ
ସୁସଙ୍ଗିତ ଝରା ହେଇ ଶୃଜି ଧାରା
ସାରା ଉତ୍କଳେ ବିଖ୍ୟାତ ।
ଉଠିଲୁ ଏଡେ ବେଗୀ କାହିଁକିରେ ଗୀତ
ତୋଳେ ବିମୁଗ୍ଧ ମୂର୍ଚ୍ଛନା
ଧନ୍ୟ ତୁମେ କବି ସଂଗୀତ ପୂରବୀ
ତୁମ ଅତି ବୀଣା ଜିଣା ।
ଭଜନ ଜଣାଣ ଭକତି ପ୍ରବଣ
କବିଭାବେ ତୁମେ ଖ୍ୟାତ
ରାଧାକୃଷ୍ଣ ରାସ ରସେ କି ସରସ
ରସମୟୀ ସୁସାହିତ୍ୟ ।
ରଚିଛ ଭକତ ପାଠକ ପାଇକି
ଆହା କରି କେତେ ଶ୍ରମ
ତୁମରି କୃତି ହିଁ ଉତ୍କଳ ସାହିତ୍ୟେ
ଛୁଇଁଛି ଶୀର୍ଷ ସୋପାନ ।
ରଚିଛ କେତେ ଯେ ଲାଳିକ ମାଳିକା
ଛାନ୍ଦ ଚଉପଦୀ ଚମ୍ପୁ
ଚଉତିଶା କୋଇଲି ,ଗାହା ,ଦୋହା ,ବୋଲି ,
ଚମତ୍କାର ବେଶେ ସବୁ ।
ଓଡିଶୀ ସଙ୍ଗୀତେ ଉଚାଙ୍ଗ ସୁଷମା
ଅର୍ପି ତୁମେ ସଜାଇଲ
ଧନ୍ୟ ତୁମେ କବି ,କବି କଳହଂସ ,
ଧନ୍ୟ ହେ ତୁମେ ଗୋପାଳ ।
ଚଉପଦୀ ଚନ୍ଦ୍ର , ସଙ୍ଗୀତ ସାଗର
ଅଟେ ତୁମ ଶ୍ରେଷ୍ଠ କୃତି
ସାଙ୍ଗିତୀକତାରେ ମୋହେ ଜନ ମନ
ଯୋଗାଏ ପ୍ରାଣେ ଭକତି ।
