STORYMIRROR

Sambit Srikumar

Romance Inspirational

3  

Sambit Srikumar

Romance Inspirational

ଗୋଲାପି ଚିଠି

ଗୋଲାପି ଚିଠି

1 min
153


ଗୋଲାପି କାଳିରେ ତୁମ ହାତଲେଖା ଯେତେ ପ୍ରେମ ଚିଠି

ମନ ସିନ୍ଦୁକରେ ଅତି ସରାଗରେ ରଖିଅଛି ସବୁ ସାଇତି

ପ୍ରଥମ ଠୁ ଶେଷ ଯେତେ ଭାବ ବିନିମୟ କାଗଜ ପୃଷ୍ଠାରେ

କହିନି କାହା ଆଗେ ରଖିଛି ଲୁଚାଇ ଆପଣା ଦରଦୀ ଛାତିରେ।

ତୁମ ପ୍ରୀତି ବୋଳା ଆଙ୍ଗୁଳିରେ ସୃଷ୍ଟ ଯେତେ ବାକ୍ଯ ଭଣ୍ଡାର

ମୋହର ବେନି ନୟନରେ ନାଚି ଉଠେ ନିତ୍ଯ ନିରନ୍ତର

ନୀଳ ଲଫାପାରେ ଦେଇଥିଲ ଯେଉଁ ପହିଲି ରକ୍ତାଭ ଗୋଲାପ

ଶୁଖିଲା ପାଖୁଡ଼ା ଝଡିଗଲେ ସୁଦ୍ଧା ରହିଛି ତାର ପୂର୍ବ ମହକ।

ମଣିଷର ଦଗା ଦିଆରେ ତ ପ୍ରୀତି କେବେ ମରେନା

ସମୟ ଯେତେ ବିତିଲେ ବି ସ୍ମୃତି କେବେ ଲିଭେନା

ତୁମେ ଯାଉଅଛ ମୋ ପାଶରୁ ଯେତେ ଯେତେ ଦୂରେ

ମୋ ଅନ୍ତର ତୁମକୁ ସେତେ ସେତେ ଝୁରି ମରେ।

ଚିଠି ନୁହେଁ ସେ ତ ତୁମ ହୃଦୟର ଆଶା ଅଭିଳାଷା

କିପରି ଭରିବି କୁହ ତୁମ ମନରେ ମୁହିଁ ନିରାଶା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance