ଗୋଲାପ
ଗୋଲାପ
ଅତି ସୁକୁମାରୀ, ଗୋଲାପ ସୁନ୍ଦରୀ
କୁସୁମ ମଉଡ ମଣି,
ତୋ ରୂପ ମାଧୁରୀ, ମୁନି ମନ ହାରି
ଗଢ଼ିଛି କେଉଁ ବିନ୍ଧାଣି ।
ନରମ ମଖମଲୀର ପାଖୁଡ଼ାରେ
ଦିଶୁଛୁ କେଡେ ସୁନ୍ଦର,
ଅମରାବତୀର ପାରିଜାତ କଣ
ତୋଠାରୁ ବେଶୀ ସୁନ୍ଦର !
ତୋର ପବିତ୍ରତା ମାନକୁ ଶତତ
ଅକ୍ଷତ ରଖିବା ପାଇଁ,
କଣ୍ଟକ ରାଜିର ଜାଗ୍ରତ ସୈନିକ
ଖଞ୍ଜିଦେଇଛିକି ବିହି !
ମଧୁର ସୁବାସ ମନ ହରି ନିଏ
କବି ଭାବୁକର ପ୍ରିୟ,
ପ୍ରେମ ସୁଖ ଶାନ୍ତି ମୈତ୍ରୀର ପ୍ରତୀକ
ପ୍ରକୃତିରତୁ ବିସ୍ମୟ।