Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Romance

3  

Sukadev Mahanta

Romance

ଗୋଲାପ ଫୁଲ ତୁ କି ରଙ୍ଗ ବୋଳୁଲୋ ସତେ

ଗୋଲାପ ଫୁଲ ତୁ କି ରଙ୍ଗ ବୋଳୁଲୋ ସତେ

1 min
181


ଗୋଲାପ ତୁ ଅଟୁ ବିଶେଷ ପ୍ରକାର ଫୁଲ

ବନ୍ଧୁତା ଗଢୁ ତୁ ସେମିତି ଅମୂଲ ମୂଲ ||


ପରକୁ ଆପଣା ନିମିଷକେ କରିବାର 

ପାଷାଣ ହୃଦକୁ ତରଳାଇ କରୁ ନୀର ||


ଏମିତି ଶକତି ତୋ ଠାରେ ଭରିଛି ବିହି 

ଦେଖି ଦେଲେ ତୋତେ ଆନନ୍ଦ ହୁଏନି କହି ||


ଅଜାଣତେ ତୁହି ରଙ୍ଗ ବୋଳିଦେଇ ମନେ 

ଫଗୁ ଖେଳୁ ଶୟନେ ସପନେ ଜାଗରଣେ ||


କେବେ କବେ ପୁଣି ଫୋଡି ଦେଉ ହୃଦେ କଣ୍ଟା 

ଦୁଃଖର ପାହାଡ ହୋଇ ଭାଙ୍ଗି ଦେଉ ତୁହି ଅଣ୍ଟା||


ସାରା ଦୁନିଆଟା ପର ପରି ଲାଗେ ସେବେ 

ପାଦ ତଳୁ ଭୂମି ଅଦୃଶ୍ୟ ଲାଗଇ ତେବେ ||


ଫାଶିର ଦଉଡି ଅତଳ ନଦୀର ଜଳ 

ନିଜ ପରି ଲାଗେ ମନ କରି ଟଳ ମଳ ||


ଗୋଲାପ ଫୁଲ ତୁ କି ରଙ୍ଗ ବୋଳୁ ଲୋ ସତେ 

ହସାଇ ରସାଇ ସୁଖ ଭରିଦେଉ ଏତେ !


Rate this content
Log in

Similar oriya poem from Romance