ଗୋଲାପ ମୁଁ
ଗୋଲାପ ମୁଁ
ଗୋଲାପ ଫୁଲ ମୁଁ ଅଟେ
ଅଟେ କଣ୍ଟକିତ ଘେରା,,
କଣ୍ଟାରେ କଣ୍ଟାରେ ତନୁ
ବିହି ଗଢ଼ିଅଛି ପରା..... ।
ଶୋଭାୟମାନ ମୋ ତନୁ
ସର୍ବ ନଜର କୁ ଜିଣି,,
ରଙ୍ଗ ପୂର୍ଣ୍ଣ କଳିକା ମୁଁ
ରଙ୍ଗ ଅଙ୍ଗେ ଅଙ୍ଗେ କିଣି...... ।
ସର୍ବ ଜନ ମନ ମୁହିଁ
ନିଏ କ୍ଷଣେ ମାତ୍ରେ କିଣି,,
ଦିବ୍ୟ ସିନା ମୋର କାନ୍ତି
ମୁହିଁ ବାସ ହୀନ ପୁଣି..... ।
ପବନ ର ସାଥେ ଯେବେ
ମୁହିଁ ନାଚି ନାଚି ଖେଳେ,,
ପ୍ରଜାପତି ମତ୍ତ ହୋଇ
ଚୁମି ଚୁମି ଖେଳେ ବଳେ...... ।
ଅଲୋଡା ନୁହଁଇ ମୋର
ତନୁ ଶୋଭା ରେ ପୁରିତ,,
ଅତୁଳନୀୟ ସୌନ୍ଦର୍ଯ୍ୟ କୁ
&n
bsp; ସରବେ ଯେ ମୋର ମିତ..... ।
କେହି କନ୍ୟା ତୋଳି ମୋତେ
କେଶ ଗଭା କୁ ସଜାନ୍ତି,,
କେହି କେହି ମୋର ଶୋଭା
ଦିବ୍ୟ ସୁନ୍ଦର କିଣନ୍ତି...... ।
କେହି ମାଳା କରେ ପୁଣି
କେହି ଦେଖି ମୁଗ୍ଧ ହ୍ଵନ୍ତି,,
କେହି କେହି ପୁଣି ପ୍ରଭୁ
ଚରଣାଶ୍ରିତ କରିଥାନ୍ତି..... ।
ଚିର ଅଶେଷ କୃତଜ୍ଞ
ପ୍ରଭୁ ତୁମ ପଦ୍ମ ପୟେ,,
ଜ୍ଞାନ ହୀନ ବୁଦ୍ଧି ହୀନ
ମୁହିଁ ଅଟେ ମୂଢ ପ୍ରାୟେ...... ।
କେତେ କେତେ ପ୍ରାଣୀ ମନ
ମୁହିଁ କ୍ଷଣେ ତୋଷ କରି,,
ଅନ୍ତର ଆତ୍ମା ଯେ ତାଙ୍କ
ମୁହିଁ ଥାଏ ତୃପ୍ତ କରି...... ।
ସ୍ଵଳ୍ପ ଦିନର ହୋଇ ଯେ
ନାହିଁ ମୋର ମନେ ଦୁଃଖ,,
କର୍ମ ବିରାଟ ଯେ ମୋର
ନାହିଁ ତିଳେ ମାତ୍ର ଶୋକ...... ।