STORYMIRROR

Kabiratna Nutan Kumar Behera

Tragedy Thriller

3  

Kabiratna Nutan Kumar Behera

Tragedy Thriller

ଗୋଲାମ୍

ଗୋଲାମ୍

1 min
200


ନିଜ ଇଚ୍ଛାକୁ ଦେଇ ଜଳାଞ୍ଜଳି

କଣ୍ଢେଇ ପରି ନାଚେ

ନଥାଏ ତାର ସ୍ଵତନ୍ତ୍ରତା 

ଅବା ସ୍ଵାଧୀନତା

କିଛି କରିବାର ସାମର୍ଥ୍ୟତାରେ

ତାକୁ ପରିଚାଳିତ 

ନିୟନ୍ତ୍ରିତ କରେ ଅନ୍ୟ କେହି

ରିମୋଟ୍ ଧରି ହାତରେ

ଆଶା କି ଭାଷା ତାର 

ରହିଥାଏ ହୃଦୟରେ ବନ୍ଦୀ

ପରିବେଶ ପରିସ୍ଥିତି ଥାଏ ଛନ୍ଦି

ଅନ୍ୟର ଇଙ୍ଗିତରେ ଜୀବନ ତମାମ

ବିନା ଆପତ୍ତିରେ ପାଳେ ହୁକୁମ 

ସେ ଗୋଲାମ

ସୁଖ ଆସୁ ଦୁଃଖ ଆସୁ

ଯାହା ବି ସମସ୍ୟା ଆସୁ ତା ପାଶେ

ସହିବାକୁ ହୁଏ ବାଧ୍ୟ

ମାଲିକର ସେ ପାଳିତ ପଶୁ ପରି

ବନ୍ଧା ଥାଏ ପଘାରେ

ସମୟକୁ ଅପେକ୍ଷା କରିଥାଏ

ଭୋକ ଶୋଷରେ

ଖାଇବି ପାରେନା ଜିଇଁବାକୁ

ନିଜ ସୁବିଧା ଅନୁସାରେ

ପ୍ରତି କଥାରେ ମୁନିବର ମନ ରଖି

କରୁଥାଏ ଶହେ ସଲାମ

ସେ ଗୋଲାମ

ଯେତେ ତାର ବୁଦ୍ଧି ବିବେକ ଥାଉ

ଶାରୀରିକ ବଳ କୌଶଳ

ହୋଇଥାଏ ଅଚଳ ନିଶ୍ଚଳ

ମନ ବୋଲି ତାର କିଛି ନଥାଏ

ପରାଧୀନ ହୋଇ ରହେ

ମନେ ମନେ ମନ ବିଦ୍ରୋହ

କରି ଉଠେ ସହସ୍ରବାର

ପାଏ କିନ୍ତୁ ଆଘାତ ପରେ ଆଘାତ

କ୍ଷତ ବିକ୍ଷତ ହୋଇ ହୁଏ ଲହୁଲୁହାଣ

ନିଜେ ନିଜର ସେ ଯନ୍ତ୍ରଣା ଜର୍ଜରିତ

ଜୀବନ୍ତ ଘାଆରେ ଲଗାଏ

ସାନ୍ତ୍ଵନାର ମଲମ

କାହିଁକି ନା ସେ ଗୋଲାମ।

  

  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy