STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୋବର୍ଦ୍ଧନ ପୂଜା

ଗୋବର୍ଦ୍ଧନ ପୂଜା

1 min
240

ପୌରାଣିକ ପ୍ରୀତି ଆବିର୍ଭାବ ଏଠି

  ପୂଜା ଗୋବର୍ଦ୍ଧନ ଯହିଁ,

ଶ୍ରୀକୃଷ୍ଣଙ୍କ କ୍ରିତି ସ୍ମରଣ ଟି ହୁଏ

  ଭକ୍ତି ଓ ଶ୍ରଦ୍ଧାରେ ତହିଁ।


ପ୍ରବଳ ବର୍ଷାରେ ଭୟଭୀତ ବ୍ରଜ

   ଆତୁର ଟି ବ୍ରଜୱାସି,

ସହି ନପାରି କୃଷ୍ଣ ଦୁଃଖ ତାଙ୍କ

   ଅତିକଷ୍ଟେ ବ୍ରଜୱାସି।


ଚାହିଁଲେଉପରେ ହୋଇଣଦୁଃଖିତ

  ଅନ୍ତର୍ଯ୍ୟାମୀ ନିରାକାର,

ସାତଦିନ ହେଲା ବର୍ଷା ଛାଡୁନାହିଁ

  କିପରି ଟି ଅତ୍ୟାଚାର।


ଗର୍ବିତ ଇନ୍ଦ୍ରକୁ ଶିକ୍ଷା ଦେବା ପାଇଁ

  ଗୋବର୍ଦ୍ଧନ ଉଠାଇଲେ,

ଛୋଟ ଅଙ୍ଗୁଳରେ ଉଠିଲା ପର୍ବତ

  ଆଶ୍ଚର୍ୟ୍ଯ ଚକିତ ହେଲେ।


ଗଲେ ଭିତର କୁ ତହୁଁ ବ୍ରଜୱାସି

   ଧନ ସମ୍ପତ୍ତିକୁ ଘେନି,

ନିର୍ଭୟେ ରହିଲେ ଗୋବର୍ଦ୍ଧନତଳେ

  ଗୋରୁଗାଈ ସବୁଘେନି।


ପ୍ରବଳବର୍ଷାରୁ ରକ୍ଷା କୃଷ୍ଣକଲେ

  ହେଲେ ଖୁସି ବ୍ରଜୱାସି,

ଗର୍ବିତ ଇନ୍ଦ୍ରର ଗର୍ବ କଲେଚୁନା

   ଗୁଞ୍ଜୁ ଥିବ ଅହର୍ନିଶି।


ଅନ୍ନକୂଟ ପର୍ବ ନାମରେ ବିଖ୍ୟାତ

  ଗୋବର୍ଦ୍ଧନେ ପୂଜା ଏହୁ,

ଦ୍ବାପର ଯୁଗରୁ ପାଳିତ ଟି ପୂଜା

   ଭକ୍ତିର ଟି ପୂଜା ଏହୁ।


ତଳେରଖି କୃଷ୍ଣ ଗୋବର୍ଦ୍ଧନକୁରେ

 କହିଲେ ଟି ଗୋବର୍ଦ୍ଧନେ,

ଅନ୍ନକୂଟ ନାମେ ପୂଜନ ତହର

  କରିବେ ଟି ମର୍ତ୍ତ ଜନେ।


ବ୍ରଜ ଓ ମଥୁରା କରନ୍ତି ପୂଜନ

  ପ୍ରେମ ଭକ୍ତି ଓ ଶ୍ରଦ୍ଧାର,

ହୁଏଟି ପୂଜନ ସମ୍ପୂର୍ଣ୍ଣ ରାଷ୍ଟ୍ରରେ

  ପୂଜାଟି ଗୋରୁଗାଈର।


ଗୋରୁଗାଈଙ୍କ ର ପୂଜନ ଭକ୍ତି ରେ

   କରନ୍ତି କୃଷକ ଯହୁଁ,

ଜୀବିକାତାଙ୍କର ଗୋରୁଗାଈ ପରା

   କରନ୍ତି ସଜ୍ଜିତ ତହୁଁ।


ତହୁଁ ବନ୍ଦାପନା ଭକ୍ତିରେ ଗୋମତା

   ପୂଜନ ରେ ପିଠାପଣା,

ଆଦରେ ଖୁଆନ୍ତି ଗୋମାତାଙ୍କୁ ତାଙ୍କ

   ଭକ୍ତିରେ ଟି ବନ୍ଦାପନା।


ଶଙ୍ଖ ହୁଳହୁଳି ଶବ୍ଦ ଶୁଭୁ ଥାଏ

  ପୂଜା ଗୋବର୍ଦ୍ଧନେ ଯହୁଁ,

ହୁଏ ଚିତାଲେଖା ଘର ଦ୍ବାରେ ସବୁ

  ପର୍ବ ପୌରାଣିକ ଯହୁଁ।


ଯହୁଁ ଆଲୋକରେ ସୁସଜ୍ଜିତ ଗୃହ

  ଦୀପାଳିରେ ମାଳମାଳ,

ପୂଜନ ତାଙ୍କର କରନ୍ତି ଭକ୍ତିରେ

  ଦୀପକ ଜ୍ୟୋତି ପ୍ରବଳ।


ଯହିଁ ଧୁପଦୀପ ଅର୍ପଣ ତାଙ୍କରେ

  ପଡୁ ଥାଏ ହୁଳହୁଳି,

ଆନନ୍ଦ ଉତ୍ସବ ଗୃହେ ଗୁଞ୍ଜୁ ଥାଏ

  ବାଜୁ ଥାଏ କରତାଳୀ।


ବାଜୁ ଥାଏ ତହିଁ ମୃଦଙ୍ଗ ସ୍ବରରେ

  ଗାଆନ୍ତି ଭକ୍ତି ସଙ୍ଗୀତ,

ପରା ଗୋବର୍ଦ୍ଧନ ଭକ୍ତିର ପାର୍ବଣ

  ଗୃହେ ସବୁ ଉତ୍ସାହିତ।


Rate this content
Log in

Similar oriya poem from Abstract