ଗଣତନ୍ତ୍ରର ଗଳା ଫଟା ଚିତ୍କାର
ଗଣତନ୍ତ୍ରର ଗଳା ଫଟା ଚିତ୍କାର
ପୂର୍ବରୁ କଣ ଭାରତର ସ୍ବପ୍ନ ଥିଲା ଏହା,
ଯୋଉ ପରାଧୀନତାର ବେଡିରୁ ମୁକ୍ତି ପାଇବା ଲାଗି,
ସମସ୍ତେ ଏକାକାର କରିଥିଲେ ଜୀବନକୁ.
ଅଚିରେ ଝଡି ଯାଇଥିଲା କେତେଯେ ନିରୀହ ଫୁଲ,
କାହାର ବୟସର ଆରମ୍ଭରେ କାହାର ଅର୍ଧକରେ.
କିଏ ନାମିତ ହୋଇଥିଲା ସହିଦ ଭାବରେ ,
ଆଉ କାହା ଭାଗ୍ୟ ଲୁଚାଇ ଦେଇଥିଲା ଅନ୍ଧାରରେ.
ଏତେ ସବୁ ଦୁଃଖ ଯନ୍ତ୍ରଣା ଦୁର୍ଦଶାର ଫଳ କଣ ଏଇୟା,
ଯୋଉ ଭାରତ ଗର୍ବିତ..
ପ୍ରତି ୫୦କିମ୍ବା୧୦୦କିଲୋମିଟର ବ୍ୟବଧାନରେ ବଦଳେ ଭାଷା,
ବଦଳେ ପୋଷାକ , ଜୀବନ ଶୈଳୀ ,
ତଥାପି ସମସ୍ତେ ଗର୍ବରେ କୁହନ୍ତି "ଆମେ ଭାରତୀୟ".
ହେଲେ ଆମ" ସମ୍ବିଧାନ" ଲାଗି ପାଇଲୁ କଣ ହରାଇଲୁ କଣ,
କାହା ଠାରୁ ଲଙ୍କା କାହାଠାରୁ ଲୁଣ ,କାହାଠାରୁ ପରିବା ଆଣି,
ଅତୀଯତ୍ନରେ ତିଆରିଥିବା ତରକାରୀ ଆଜି ପାଣିଚିଆ.
ସମସ୍ତେ ଆଜି ବ୍ୟସ୍ତ ନିଜ ନିଜ ସ୍ୱାର୍ଥରେ ,
ଦେଶ ପଛେ ବିକି ଯାଉ ଭାଗ ଭାଗ ହୋଇଯାଉ,
କିନ୍ତୁ ନିଜର ନିଜମାନଙ୍କର ଉତରାତ୍ତ୍ୱର ଉନ୍ନତି ହେଉଥାଉ.
କଣ ପାଇଁଜେ ବାବା ସାହେବ କରିଗଲେ ଏମିତି?
ରଖିଗଲେ କିଛି ଗଳା ବାଟ ସେମାନଙ୍କ ଲାଗି,
ଯାହାର ସୁଯୋଗ ନେଇ ଦେଶରେ କରନ୍ତି ଗଣତନ୍ତ୍ର ନାଁରେଅରାଜକତା.
ସମ୍ବିଧାନର ସୁବିଧା ବଦଳରେ କଣ ଠିକ ନିଜର ମାନମାନି କରିବା?
ଗୋଟେ ପାଖରେ ଗୋଟେ ସମ୍ପ୍ରଦାୟ ସହିଷ୍ଣୁତା ହେଲାବେଳେ,
ଅନ୍ୟ ପାଖରେ କିଛି ସମ୍ପ୍ରଦାୟ ଖେଳନ୍ତି ଧର୍ମର ଅନ୍ଧ ଖେଳ,
ପ୍ରତିଟି କ୍ଷେତ୍ରରେ ନିଜ ଧର୍ମକୁ କରନ୍ତି ଢାଲ ସୁରକ୍ଷା ଲାଗି.
ଓଲ୍ହାଇ ଦିଅନ୍ତି ନିଜ ପିଲା ,ସ୍ତ୍ରୀଙ୍କୁ ଶସ୍ତା ରାଜନୀତି ଲାଗି,
ଧୀରେ ଧୀରେ ଶୋଷିତ ଅବହେଳିତ ହୁଏ ସମ୍ବିଧାନ ସେମାନଙ୍କ ଲାଗି,
ସେମାନଙ୍କ ସଂକୀର୍ଣ୍ଣ ମାନସିକତା ରାସ୍ତାରୋକେ ଉନ୍ନତି ପୁରୁଷର.
ବିସ୍ତାର କରନ୍ତି ଧର୍ମ ନାମ ନେଇ ଛାୟାଯୁଦ୍ଧ,
ସାରା ବିଶ୍ୱରେ ନିଜର ବିକାରଗ୍ରସ୍ତ ଚେତନାକୁ ଦେଖାଇବାକୁ.
ସେଥି ଲାଗି ପ୍ରତିଦିନ କରନ୍ତି ଗଣତନ୍ତ୍ରର ଗଳାରୋଦ୍ଧ,
ଯେଉଁ ନିଆଁରେ ଘିଅ ଢାଳନ୍ତି ବାମ,ସାମ ଆଉ ଆତଙ୍କୀ ଚିନ୍ତାଧାରା,
ଦେଶର ମୂଲ୍ୟବାନ ଧନ ଜୀବନ ନଷ୍ଟ ହେଲେ ସେମାନଙ୍କର କଣଯାଏ,
ସେମାନେ ଭଲରେ ରହିଲେ ଗଲା.
ଆଉକିଛି ଖୋଷାମଦିଆ ,ତୋଶାମଦିଆ ସର୍ବଦା ଲାଗିରୁହାନ୍ତି ,
ନିଜ ନିଜ ପଦ ବଞ୍ଚାଇବାକୁ ସରକାରୀ ସୁବିଧାକୁ ପକେଟରେ ରଖିବାକୁ,
ଆପଣା ହସ୍ତେ ଜିହ୍ଵା ଛେଦି ଭୂମିକାରେ ଅବତୀର୍ଣ୍ଣ.
ଏହାବି ସତ, ସେମାନେ ନିଜକୁ ଭାବନ୍ତି ଦିବ୍ୟପୁରୁଷ,
ଜନ୍ମିଛନ୍ତି ଜନ୍ମ ଜନ୍ମାନ୍ତର ଶାସନର ଭାର ନେବାକୁ,
ଆଉ ଅନ୍ୟମାନେ ସେମାନଙ୍କର ଗୋଲାମ ଗିରି କରିବାକୁ.
ବାବା ସାହେବ କଣ ଜାଣିନଥିଲେ ନାଁ ,
ଜାଣି ଜାଣି ଦଳିତ ନିଷ୍ପେସିତ ନାଁରେ ସେମାନଙ୍କୁ ଦେଇଥିଲେ ସୁବିଧା,
ରଖିଥିଲେ ଗଳି କାନ୍ଦିର ରାସ୍ତା.
ଯାହାର ଦମ ଆଜି ସେମାନେ ଦେଖାନ୍ତି ଦିଲ୍ଲୀ ର ସାହିନବାଗରେ,
ନିଜ ଭାଇ ବନ୍ଧୁଙ୍କୁ ଅନ୍ୟ ଦେଶରୁ ଆଣି ସ୍ଥିତି ସୁଦୃଢ଼ କରିବାକୁ.
କି ବିଡମ୍ବନା କଥା ହିନ୍ଦୁ ଆଜି ନିଷ୍ପେସିତ ହିନ୍ଦୁ ବହୁଳ ଦେଶରେ,
ହେଲେ କାୟା ବିସ୍ତାର କରେ ଅରାଜକତା ଗୋଷ୍ଟି.
ଗୋଟିଏ ଦେଶରେ ରହିବେ ହେଲେ ଦେଶର ନିୟମକୁ ଫୁ
ଗଣତନ୍ତ୍ରକୁ ସମ୍ମାନ ଦେଉଥିବା ଲୋକ ଭାଗ୍ୟରେ ଆଜି ଦୁଃଖ,
ବାବା ସାହେବଙ୍କ ଗଣତନ୍ତ୍ର ନିୟମକୁ ଦେଖି ଲାଗୁଛି,
ନଖି ନାନୀର ତେଲ,ହୋସେନର ପରିବା,ଜୋଷେଫ ର ହଳଦୀ,
ଠିକସେ ସିଝି ପାରିନି ଗୋଟିଏ ହାଣ୍ଡିରେ ପଵିତ୍ରତାର ଲକ୍ଷ୍ୟ ନେଇ.
ଏ କଣ ଗଣତନ୍ତ୍ରର ମୂଳ ଲକ୍ଷ୍ୟ ଥିଲା,
ଯାହା ଆଜି ଗଳା ଫଟାଇ ଚିତ୍କାର କରେ ଦିଲ୍ଲୀ ର ରାଜ ରାସ୍ତାରେ,
ଜନତା ଦରବାରରେ ଟିକେ ନ୍ୟାୟ ଭିକ୍ଷା ଅପେକ୍ଷାରେ
