STORYMIRROR

ବି. ନିରୁପମା

Inspirational Children

4  

ବି. ନିରୁପମା

Inspirational Children

ଗଣେଶ ଆମର ବୁଦ୍ଧିଆ ପିଲା

ଗଣେଶ ଆମର ବୁଦ୍ଧିଆ ପିଲା

1 min
403


ମାଆ ତୁମ କୋଳେ ଧରିଛ ମୋତେ,

ଗଣେଶ ଖେଳୁଛି ମୂଷିକ ସାଥେ ।

ଏ କୈଳାସ କ୍ଷେତ୍ର ଅତି ସୁନ୍ଦର,

ହିମରେ ଶୋଭିତ ଗିରିକନ୍ଦର ।

ମୟୂର ନାଚୁଛି ସେଠି;

ଭକ୍ତ ଡାକିଲାରୁ ପିତା ଯାଇଛନ୍ତି

ତପସ୍ୟାରୁ ଏବେ ଉଠି ।

ଗଣେଶ ଆମର ବୁଦ୍ଧିଆ ପିଲା,

ସାନ ଯେଣୁ ସିଏ ସବୁରି ଗେହ୍ଲା ।

କେତେ ବିଦ୍ୟା ଅଛି ତା' ଠାରେ ପୂରି,

ଜ୍ଞାନ ଗୁଣରେ କେ ହୋଇବ ସରି !!

ଖେଳିଲେ ତା' ସାଥେ ମିଶି;

ସବୁ ଥର ସିଏ ଆପେ ଜିତିଯାଇ

ତାଳିମାରେ ହସି ହସି ।

ଯଦି କେଉଁ କଥା ପାରେନା ବୁଝି,

ଗଣେଶଠୁଁ ପାଏ ଉତ୍ତର ଖୋଜି ।

ସାନଭାଇଟା ମୋ କେଡ଼େ ବୁଦ୍ଧିଆ,

ସାରା ସଂସାରକୁ ବାଣ୍ଟେ ବିଦିଆ ।

ଲାଗେ ମୋତେ ଭାରି ଭଲ;

ମୋଦକ ତା' ଲାଗି ତିଆରିକି ମାଆ

ଖୁଆଇବ କରି ଗେଲ ।



Rate this content
Log in

Similar oriya poem from Inspirational