ମାଆ ଯେବେ ନଦୀ ହୋଇ
ଯାଏ ବହି କୁଳୁକୁଳୁ ଶବ୍ଦ ଦେଇ
ଜୀଵନଟା ଲାଗେ କୋଳାହଳ ବହି
ପୃଷ୍ଠାସବୁରେ ଗଙ୍ଗାଜଳ ସିଞ୍ଚି
ଦୂର ପରବତ ଦିଶେ କୁଞ୍ଚି କୁଞ୍ଚି
ତିନିମାଣିକା ଗଙ୍ଗାମାଆମୋ ଥାଇ
କର ମତେ ଆଉଥରେ ଭାଗୀରଥି ତୁହି
ଜାଣୁ ଦୁନିଆଁର ପୁଅ ମାତା ନାମେ
ପବିତ୍ର ଗଙ୍ଗା ବହି ଜଳ ଆଣିଛି ନେଇ
ଅମୃତ ଦେଖିନାହିଁ କେହି
ଏହି ଗଙ୍ଗାଜଳ ସେହି
ସାତଖଣ୍ଡ ରାମାୟଣ ପବିତ୍ର ପୁରାଣ
ସବୁଠି ଗଙ୍ଗାମାତା ତୁହି
ଜଳ ମଧ୍ୟରେ ଦିଶୁ ମାତା ଦେବୀ ତୁହି
ତତେ ସୁମରି ପାପୀ ତପି ହୋଇ
ନିତ୍ୟ ସ୍ମରଣେ ପାପ ଯାଏ ଧୋଇ
ତୋ କୂଳେ ଜଣାଣ ଭଜନ ଶୁଣି ଥାଇ
ପୁଣ୍ୟ ବଳେ କୂଳେ ଜଳେ ପାପ ଦେଇ
ଗଙ୍ଗାଜଳ କଳେ ଆଣି ଆସ ଭାବଗ୍ରାହୀ