ଗଙ୍ଗା ସିନାନ ସୁଧାକର ସେଠୀ
ଗଙ୍ଗା ସିନାନ ସୁଧାକର ସେଠୀ
ପାପ ପୂଣ୍ୟର ନାହିଁ ହିସାଵ
ଖାଲି ହତ୍ୟା ଆଉ ଵ୍ୟଭିଚାର
ଖେଳ ସେ ରକ୍ତର,
କାମନା ଵାସନାରେ ଅନ୍ଧ ମାନସିକତାର ।
ଫରକ ପଡଡେନି,
ନଥାଏ ଭୟ,
ରକ୍ତ ଗରମ ଫୁଟୁଛି ଟକମକ
ଚିନ୍ତା ନାହିଁ ନାହିଁ ପରଵାୟ
ଦେହକୁ ନେଇ ଖେଳୁଥିବା ସହସ୍ରଙ୍କ ମୁକ୍ତି
କଣ ଥରେ ଗଙ୍ଗା ସିନାନ
ସେ ପାଇଁ ଏତେ ବ୍ୟାକୁଳତା
ଘୁରି ଵୁଲୁଛନ୍ତି ଗଙ୍ଗୋତ୍ରୀ ଠାରୁ
ପତିତ ଗଙ୍ଗା ସାଗରର କୂଳ
ମୁକ୍ତିଲୋଡା ଖାଲି ମୁକ୍ତି
ଭୀଡ ବଢିଚାଲିଛି ବଢିଚାଲିଛି ଧିରେ ଧିରେ
ଧର୍ମ ଭୀରୁଙ୍କ ପାଇଁ ସୁରକ୍ଷିତ ନିଵାସ।
ପୁଣି ଏକ ପ୍ରସ୍ତୁତି ଧ୍ଵଂସର
ଅଵକ୍ଷୟ ମାନସିକତାର।
ମାଂସ ଲୋଭିଙ୍କ ହୃଦୟ ଅଛିକି ?
ଅଛିକି ମନେ ଦୟା ?
ପଚାରିଵା ନିର୍ଥକ
ଜଙ୍ଗଲ ଵନିଛି ସମାଜ।
ଏଠି ଖାଲି ଚାଲିଛି ମାଂସର ଵିଳାପ
ଝରି ପଡୁଛନ୍ତି କିଛି ସଜଫୁଟା ଫୁଲ
ଆଉ ଆଲୋକ ପ୍ରତିକ୍ଷାର ଥିଵା କଳି।
ବିଚ ରାସ୍ତାରେ ଖିନଭିନ କରି ଝୁଣି
ଚାଲିଛନ୍ତି, ନରମ କଅଁଳ ମାଉଁସ
ଶୁଭୁଛି ବୁକୁଫଟା ଆକୁଳ ଚିତ୍କାର
ରକ୍ଷାକର ରକ୍ଷାକର।
ନିର୍ବିକାର ନିରଵ ଦ୍ରଷ୍ଟା
ସାଜିଛି ଵାକି ଦୁନିଆ
ପାଲଟିଛି ସ୍ଥାଣୁ
ଯେମିତି ସେ ଦେଖୁଛି
ଏକ ନିର୍ଜୀବ ଚଳଚିତ୍ରର ଦୃଶ୍ୟ।
ଖୁବ ଶିଘ୍ର ଭୂଲିଯାଉ ଘଟଣା ଦୁର୍ଘଟଣା
ଧୀରେ ଧୀରେ ଫାଇଲ ଉପରେ
ଵଢିଚାଲେ ଧୁଳି
ସିରୋନାମାରେ ଥିଵା ଖଵରକାଗଜରେ
ଖିଆ ହୁଏ ଵରା ପକୁଡି
ଅଵା ଵିକ୍ରୀ ହୁଏ ରଦି ଦାମରେ ।
ଥକ୍କାମାରି ଵସି ପଡନ୍ତି
ସାମାଜିକ ସଂଗଠନ
ତାରିଖ ପରେ ତାରିଖ
ଅଧିକାର ପାଇଁ ଚାଲେ ଲଢ଼େଇ
ଭୂଲିବା ଆମର ପ୍ରକୃତି
ଅପେକ୍ଷା ଥାଏ ଏକ ଗଙ୍ଗା ସିନାନ ।
ପୁଣି ଏକ ଗଙ୍ଗା ସିନାନ।