Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Tragedy

3  

Bharati Bhusan Das

Tragedy

ମନ ଭ୍ରମରାରେ

ମନ ଭ୍ରମରାରେ

1 min
144


ମନ ଭ୍ରମରା ରେ

ଭ୍ରମୁଛୁ କାହିଁକି ଭ୍ରମରେ

କେତେ ଦିନକୁ ଆଣ୍ଟ ବାନ୍ଧିଛୁ ରେ ମନ

କି ଘେନି ଯିବୁ ସତ କହରେ

ଭ୍ରମୁଛୁ କାହିଁକି ଭ୍ରମରେ

ମନ ଭ୍ରମରାରେ  ।

କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ

କି ଘେନି ଯିବୁ ତୁହି ଛୁଟିଲେ ଘଟ

ଘାଟ ଜଗିଅଛି ପାଉଣା ମାଗୁଛି

ଫଟା ପାହୁଲାଟେ ଅଣ୍ଟାରେ ଖୋସିଛି

ଅଢେଇ ଦିନର ସଂସାର ବାବୁରେ

ଅଢେଇ ଓଳିକି କାବୁ କରିଛି

ଅଢେଇ ଓଳିକି କାବୁ କରିଛି

କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ

କି ଘେନି ଯିବୁ ତୁହି ଛୁଟିଲେ ଘଟ ।

ମାୟା ସଂସାରର ମାୟା ମରୀଚିକା

ତୃଷା ଭରିବାକୁ ପକାଉଛି ଡକା

ଆଶାରେ ଜୀବନ ଧଇଁ ସଇଁ ଧାଏଁ

ହାତ ପାହାନ୍ତରେ ଭରଷା ହରାଏ

ଏଇତ ମନ ଭ୍ରମରା ଧନ

କେତେ ଦିନକୁ ଆଣ୍ଟ ବାନ୍ଧିଛୁ ରେ ମନ

ଭ୍ରମୁଛୁ କାହିଁକି ଭ୍ରମରେ

ମନ ଭ୍ରମରାରେ ।

ସଞ୍ଚିଥିବୁ ଧନ ଯେତକ ସମୟେ

ଅଲୋଡ଼ା ହୋଇବ ଜୀବ ଗଲାବେଳେ

ଲୋଡ଼ା ଥିବ ଧନ ଜ୍ଞାତି କୁଟୁମ୍ବରେ

ରକତ ସମ୍ପର୍କ ଦେଖୁଥିବେ ବଳେ

ଶୂନ୍ୟ ହସ୍ତେ ତୁହି କୋକେଇ ରେ ଶୋଇ

ଶେଷ ଠିକଣା କୁ ଯାଉ ଥିବୁରେ

ମନ ଭ୍ରମରାରେ ଭ୍ରମୁଛୁ କାହିଁକି ଭ୍ରମରେ

ମନ ଭ୍ରମରାରେ ।

ବଣ୍ଟୁଆରା ହେବ ତୋ ଅର୍ଜିତ ଧନ

ବଣ୍ଟା ନହେବ ତୋ ଜୀବନ ର ପୁଣ୍ୟ

କରିଥିଲେ ଧରମ ପୁଣ୍ୟ ତୋ ସ୍ୱକର୍ମ

ଘଟ ଛୁଟିଗଲେ ସ୍ୱର୍ଗ ଦ୍ୱାର ପଥେ

  ଯିବୁ ତୁହି ସ୍ୱର୍ଗ ଧାମ

ଯିବୁ ତୁହି ସ୍ୱର୍ଗ ଧାମ

ମନ ଭ୍ରମରାରେ ।

କର୍ମ ଫଳ ସିନା ଭୋଗିବାକୁ ହୁଏ

ପ୍ରାରବ୍ଧ କର୍ମ ର ଗୁଣେ

ଧର୍ମ ଆଚରିଲେ କର୍ମ କରୁଥିଲେ

ଜୀବନ ଟି ସିନା ଭୋଗ୍ୟ ଯେହ୍ନେ

ଅସାର ସଂସାର ହେବ ତହୁଁ ସାର

ବିଚାରିବେ ସୁଧୀ ଜନେ

ବିଚାରିବେ ସୁଧୀଜନେ

ଆଣ୍ଟ ପଣ ତୋର ବଣ୍ଟୁଆରା ହେବ

ମଶାଣି ଜୁଇରେ ଦିନେ

ବିଚାରିବେ ସୁଧୀ ଜନେ ।


Rate this content
Log in

Similar oriya poem from Tragedy