ଗଲାପ ଫୁଲର ସୁନ୍ଦରତା
ଗଲାପ ଫୁଲର ସୁନ୍ଦରତା
ଗୋଲାପ ଫୁଲ ତୁମେ ଭାରି ସୁନ୍ଦର
ପ୍ରେମର ମହକରେ ଭରା ତମ ବାସ୍ନା,
ତୁମେ ଫୁଲ ସୁନ୍ଦରୀ ମନ ମୋହିନୀ
ତମ ପାଖେ ଫିକା ପଡି ଯିବେ ମେନକା ।
ତୁମ ସୁନ୍ଦରତା ପାଇଁ ସମସ୍ତେ ତୁମକୁ
ପାଆନ୍ତି ଭଲ, ଆକର୍ଷଣ ହୁଅନ୍ତି ତୁମ ପ୍ରତି
ସେଥି ପାଇଁ ତ ତୁମକୁ ପ୍ରେମର ଫୁଲ
ପ୍ରେମର ପ୍ରତୀକ ଭାବି ପ୍ରେମିକାକୁ ଦିଅନ୍ତି,
ତୁମକୁ ଉପହାର ପାଇ ପ୍ରେମିକା ନିଜେ
ପ୍ରେମ ନିବେଦନକୁ ସ-ସମ୍ମାନେ ସ୍ବୀକାରନ୍ତି ।
ସ୍ୱର୍ଗର ପାରିଜାତ ପୁଷ୍ପ ଭି ତମ ପାଖେ
କିଛି କ୍ଷଣ ପାଇଁ ନିଜେ ନିଜକୁ ଲାଜେଇବ,
ଧନ୍ୟ କହିବି ତୁମ ରୂପ ଲାବଣ୍ୟ ମହକ
ଆପେ ଆପେ ଆସି ଯାଏ ମୋ ପ୍ରେମଭାଵ ।
ତୁମ ଚାରି ପାଖେ ଭଅଁର ଗୁଣୁଗୁଣୁ ହୋଇ
ନିତି ଚାରି ପାଖେ ଘୁରି ବୁଲେ ତମ ପ୍ରତି,
ମଧୁ ସୁଗନ୍ଧକୁ ଶୋଷି ନେଲା ପରେ ଭି
ତୁମକୁ ଭୁଲି ନ ଥାଏ ତୁମ ସୁନ୍ଦରତା ପ୍ରତି
ଶୋଷିନେଲା ପରେ ତୁମେ ଝାଉଁଳି ଯାଅ
ତଥାପି ତମେ ଦୁଃଖି ନ ହୋଇ ରୁହ,
ତୁମ ଠାରୁ କିଛି ନୀତି ଶିକ୍ଷା ମିଳେ ସମାଜେ,
କେତେ ଶିକ୍ଷା ଅଛି ବଖାଣିଲେ ନ ସରେ,
ହେ ଗୋଲାପ ଫୁଲ ତୁମକୁ ମୋ ଅଭିନନ୍ଦନ
ତୁମେ ଶିଖେଇଛ ପ୍ରେମର ପବିତ୍ର ବନ୍ଧନ ।।

