STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗଜଲକ୍ଷ୍ମୀ

ଗଜଲକ୍ଷ୍ମୀ

1 min
254


ଗଜର ଉପରେ ଆସିବୁ ମା ତୁହି

   ଗଜଲକ୍ଷ୍ମୀ ଲକ୍ଷ୍ମୀପୂର୍ଣ୍ଣା,

ଗାଆଁ ବାସୀସବୁ ଚାହିଁ ରହି ଛନ୍ତି  

  ଆସିବେ ଟି ଅନ୍ନପୂର୍ଣ୍ଣା।


ବିଷ୍ଣୁଙ୍କର ତୁମେ ଅଟ ପାଟରାଣୀ

  ବ୍ରହ୍ମାଣ୍ଡ ଠାକୁର ଯିଏ,

ସର୍ବ ଶକ୍ତିମାନ ଲକ୍ଷ୍ମୀ ଠାକୁରାଣୀ

  ଶକ୍ତି ବର୍ଣ୍ଣିବାରେ କିଏ।


ସମୁଦ୍ର ମନ୍ଥନୁ ଉତ୍ପତ୍ତି ଜନନୀ

   ଜଗତର ମାତା ତୁହି,

ଦେବେ ଅଗଚର ଲକ୍ଷ୍ମୀଙ୍କ ମହିମା

  ନର ବା ବୁଝିବ କାହିଁ।


ବୁଝି ନ ପାରିଲେ କୃଷ୍ଣ ବଳରାମ

  କହିଲେ କଟୁ  ବଚନ,

ଲକ୍ଷ୍ମୀଦ୍ରହୀ ହୋଇ ହେଲେ ଘରଘର

  କେହୁ ନ ଦେଲେଟି ଅନ୍ନ।


ସ୍ବର୍ଣ୍ଣ ବର୍ଣ୍ଣ ଦିଶେ ଧାନ ଯହିଁ ବିଲେ

  ଲକ୍ଷ୍ମୀ ଆଗମନେ ପରା,

ସୁଗନ୍ଧିତ ବାୟୁ କରେ ପୁଲକିତ

  ମୋହୁ ଅଛି ମନ ପରା।


ପ୍ରତିମୂର୍ତ୍ତି ଯହିଁ ଦେବୀ ସୁସଜ୍ଜିତ

   ମୂର୍ତିକାର ସାଜୁ ଅଛି,

ଭକ୍ତି ଓ ଧ୍ୟାନରେ ରଙ୍ଗଭରୁ ଅଛି

  ଜ୍ଞାନରେ ଭକ୍ତି ରଖିଛି।


ପେଣ୍ଡଲ୍ ନିର୍ମାଣ କରେ କାରିଗର

  ମନ୍ଦିର ପରି ଦିଶୁଛି

ଅନ୍ନପୂର୍ଣ୍ଣାଙ୍କର ପୂଜନ ପେଣ୍ଡଲ୍

  ନାହିଁ ପଟାନ୍ତାରେ କିଛି।


ସୁଖ ଓ ସମୃଦ୍ଧି ଲକ୍ଷ୍ମୀଙ୍କ ହସ୍ତରେ

  ତାଙ୍କବିନୁ ଅନ୍ୟ କାହିଁ,

ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ଭକ୍ତଙ୍କ ଭକ୍ତିରେ

  ଭରନ୍ତି ଅନ୍ନାଦି ତହିଁ।


ବାସ ପଦ୍ମପରେ ଲକ୍ଷ୍ମୀଙ୍କର ଯହିଁ

   ପଦ୍ମପ୍ରିୟା ପଦ୍ମହସ୍ତା,

ବିଷ୍ଣୁପ୍ରିୟା ପରା ଲକ୍ଷ୍ମୀଠାକୁରାଣୀ

   ଉଲ୍ଲୁକ ବାହିନୀ ମାତା।


କୁମାର ପୂର୍ଣ୍ଣିମା ଲକ୍ଷ୍ମୀ ଜନ୍ମଦିନ

  ଗଜଲକ୍ଷ୍ମୀ ରୂପେ ପୂଜା,

ଭକ୍ତିରେ କରନ୍ତି ପୂଜା ମୃତ୍ୟୁଲୋକ 

  ଭକ୍ତିରେ ଲକ୍ଷ୍ମୀଙ୍କ ପୂଜା।


ଭରୁ ଧନଧାନ୍ୟେ ଗୃହ ଓ ସଂସାର

  ରାଷ୍ଟ୍ରହେଉ ଲକ୍ଷ୍ମୀପୂର୍ଣ୍ଣା,

ଆତ୍ମନିର୍ଭରଟି ଲକ୍ଷ୍ମୀ ଆଶିର୍ବାଦେ 

   ହୋଇବଟି ଅନ୍ନପୂର୍ଣ୍ଣା।


ଆତ୍ମବିଶ୍ବାସ ଟି ଜନେ ଜନେ ଥିବ

   କର୍ମଶକ୍ତି ନିରନ୍ତରେ,

ହେବ ପରିପୂର୍ଣ୍ଣ ଲକ୍ଷ୍ମୀ ଆଶିର୍ବାଦୁ

   ନଥିବ ଅଭାବ କାରେ।




Rate this content
Log in

Similar oriya poem from Abstract