ଘଟ ଗାଁ ତାରିଣୀ
ଘଟ ଗାଁ ତାରିଣୀ
ସିନ୍ଦୂର ମୋହିନୀ ମାତ
ଘଟ ଗାଁ ତାରିଣୀ
ଦୟାମୟୀ କୃପାମୟୀ
ଜଗତ ଜନନୀ ।
କେନ୍ଦୁଝର ରାଣୀ ମାଗୋ
ମନ୍ଦାର ମାଳିନୀ
ଗୁହାରି କରୁଛି ତୋତେ
ଶୁଣ ମୋ ଦୟିନୀ ।
ତୋ ଗୁଣ ଗାରିମା ମାଗୋ
କରିବି ରଚନା
ଲେଖନୀକୁ ସାହା ହୁଅ
ଢାଳି ତୋ କରୁଣା ।
ବନବାସ ବେଳେ ମାଗୋ
ଶ୍ରୀରଘୁ ନନ୍ଦନ
ରାବଣ ବିନାଶ ପାଇଁ
କରୁ ଥିଲେ ଧ୍ୟାନ ।
ଅତ୍ୟନ୍ତ ଭକ୍ତି ମନରେ
ଦୁର୍ଗା ପୂଜା କଲେ
ସେ ପୂଜା ସନ୍ତୋଷେ ମାତ
ଆଶିଷ ଢାଳିଲେ ।
ବୋଇଲେ ପୁତ୍ରରେ ତୁହି
ଖୋଲିବୁନି ଆଖି
ଖୋଲିଲେ ସେଠାରେ ମୋତେ
ନପାରିବୁ ଦେଖି ।
ପାଷାଣ ସମାନ ଦେହ
ହୋଇ ଯିବ ମୋର
ତିଳେ ମାତ୍ର ଚଳିବନି
ମୋ ବେନି ପୟର ।
ନିୟତିର ଗତି ପଥ
ବଦଳିଣ ଗଲା
ଶ୍ରୀରାମଙ୍କ ବେନି ନେତ୍ର
ସହସା ଖୋଲିଲା ।
ସମ୍ମୁଖରେ ମାତାଙ୍କର
ନହୁଏ ଦର୍ଶନ
ପୁର୍ନବାର ଭକ୍ତି ଚିତ୍ତେ
କରିଲେକ ଧ୍ୟାନ ।
ବୋଲନ୍ତି ଅଧମ ପୁତ୍ର
କରିଲାକ ଦୋଷ
ମୋର ତୃଟି ହେତୁ ମାତ
ବହିଲୁ ତୁ ରୋଷ ।
କୃପା କରି କହି ଦେ ଲୋ
ତୋର ଅର୍ବିଭାବ
କେଉଁ ଯୁଗେ କେଉଁ ସ୍ଥାନେ
ହୋଇବ ଉଦଭବ ।
ସୀତାକାନ୍ତ ଭକ୍ତି ଦେଖି
ବୋଲନ୍ତି ଯେ ମାତ
କଳି ଯୁଗେ ମୋର ନାମ
ତାରିଣୀ ରେ ଖ୍ୟାତ ।
ସବୁଜ କାନନ ଘେରା
ସୁନ୍ଦର ପ୍ରକୃତି
କେନ୍ଦୁଝର ନାମ ତାର
ତହିଁରେ ବସତି ।
ମୋ ନାମ ସ୍ମରଣେ ଦୁଃଖ
ହୁଅଇ ବିନାଶ
ଧନ ପୁତ୍ର ମାନ ଯଶ
ଲଭଇ ଅବଶ୍ୟ ।
ଏତେ ବୋଲି ସେ ସ୍ଥାନରୁ
ହେଲେ ଅନ୍ତର୍ଦ୍ଧାନ
କେନ୍ଦୁଝରେ କଳି ଯୁଗେ
ଉଡେ ଗୁଣ ଗାନ ।
ନଡ଼ିଆ ରାଣୀ ଲୋ ତୁହି
ହେଉ ଥା ଲୋ ସାହା
ତୋ ବିନା ତ କାହିଁ ମୋତେ
ଦିଶୁ ନାହିଁ ରାହା ।
ଅଜ୍ଞାନ ମୁଁ ମୁଢ ମତି
କରୁଛି ପ୍ରଣାମ
ପଣତକୁ ଢାଙ୍କି ମାଗୋ
ଦେବୁ ଲୋ ଶରଣ ।