Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Keshab Chandra Dash

Classics Fantasy Others

3  

Keshab Chandra Dash

Classics Fantasy Others

ଘରର କାଁଥି ଟଙ୍ଗା କେଲେଣ୍ଡର

ଘରର କାଁଥି ଟଙ୍ଗା କେଲେଣ୍ଡର

1 min
237


କେତେ ଦିନ ବାର୍ ରଖିଛେ,

ବରସକର୍ ଲାଗି ବଞ୍ଚୁଛେ,

ଆର ବଛରର ଲାଗି 

ଫେର ନୂଆଁ ହେଇ ବାହାରୁଛେ ।


କେତେ ତିଥିବାର ଜାନିଛେ,

କେତେ ଧରମ୍ କରମ୍ ପୂଜା ପାଠ ସବୁ

ଆମକୁ ସୋର୍ କରି ଦଉଛେ ।


ବଡ଼ ଲୋକକର୍ ଜନମ ଆଉର ମରନ ବାର୍

ତାକେ ଅଛେ ସବୁ ଜନା,

ସଂକ୍ରାନ୍ତି , ପୁନି,ଅମାବାସ୍ୟାନୁ

ବହୁତ୍ ଜିନିଷ କରିଛେ ମନା।


ସାତ୍ ବାର୍ ସଂଗେ ବାର ମାସ

ଆଉ କେତେ ଦିନ ବାର୍

ତାର ଲାଗି ଜନା ଯାଉଛେ

ମୁନୁଷର୍ ସବୁ କବାର।


ସୁରଜ୍ ଆଉର ଜନ୍ହର ଗରହନ 

ତାର ନୁ ସବୁ ଜନା ପଡସି,

ଉଦବାର୍ ବୁଡ଼ବାର୍ ସମିଆ ସବୁ

ସେ ଆମକୁ କହିଦେସି। 


ନିଜର ଘଟଲା ଦିନ କାଳ ସବୁ

ତାରନୁ ସବୁ ମିଲବା

ରାଶି ଫଲ୍ ସଙ୍ଗେ କେତେ ଭଲମନ୍ଦ

ସବୁ ଆମକୁ ଗାଇଯିବା।


ମେରୁ ଖୁଣ୍ଡ୍ ବାଗୀର ସମ୍ କୁ ଦେଖୁଛେ

ନାଇଁ କରି କାହକେ ପର୍,

ସେ ତ ନିଜର ଆଏ ଆମର ସବକର୍

ଘରର କାଁଥିଟଙ୍ଗା କେଲେଣ୍ଡର

ଘରର କାଁଥିଟଙ୍ଗା କେଲେଣ୍ଡର ।



Rate this content
Log in

Similar oriya poem from Classics