STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଦାରୁ ବ୍ରହ୍ମ

ଦାରୁ ବ୍ରହ୍ମ

1 min
175


ହେ ଦାରୁ ବ୍ରହ୍ମ ତୁମକୁ କୋଟି ପ୍ରଣତି

ତୁମରି ପାଦ ତଳେ ମୋର ଭକତି

ତୁମେ ସମୁଦ୍ର ରୁ ଭାସି ଆସିଲ

ନୀଳାଚଳରେ ତୁମେ ପୂଜା ପାଇଲ ।।


ଆସ ଦେଖି ଯିବା ଦାରୁ ବ୍ରହ୍ମ ଙ୍କୁ

ଭକତ ର ବନ୍ଧୁ ସେ ସାହା ଆମକୁ

ମଣିଷ ପରି କରନ୍ତି ସବୁ ଲୀଳା

କାଳିଆ ପୁଣି ସେ ଚକାଡୋଳା ।।


ରତ୍ନ ସିଂହାସନେ ତୁମେ ବସି ଅଛ

ଦାରୁ ବ୍ରହ୍ମ ହୋଇ ପୂଜା ପାଉଛ

ବାର ବର୍ଷେ ହୁଏ ତୁମ ନବ କଳେବର

ବାର ମାସେ ହୁଏ ଯାତରା ତୁମର ।।


ହେ ଦାରୁ ବ୍ରହ୍ମ ତୁମେ ବଡ଼ ଠାକୁର

ଭକତ ପାଇଁ ଖୋଲିଅଛ ଚାରି ଦୁଆର

ତୁମ ପତିତପାବନ ବାନା ଉଡେ ଫର ଫର

ମୋ ଜୀବନ ନାଥ ତୁମେ ହେଲ ଠାକୁର ।।


ବିଦ୍ୟା ପତି ତୁମକୁ କରିଲେ 

ହେ ନୀଳ ମାଧବ ତୁମେ ହେଲ ଅନ୍ତର ଧ୍ୟାନ

କଳି ଯୁଗେ ତୁମେ ହେଲ ଦାରୁ ବ୍ରହ୍ମ

ତୁମେ ପରମ ବ୍ରହ୍ମ ତୁମେ ଶୂନ୍ୟ ବ୍ରହ୍ମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics