ଦାରୁ ବ୍ରହ୍ମ
ଦାରୁ ବ୍ରହ୍ମ
ହେ ଦାରୁ ବ୍ରହ୍ମ ତୁମକୁ କୋଟି ପ୍ରଣତି
ତୁମରି ପାଦ ତଳେ ମୋର ଭକତି
ତୁମେ ସମୁଦ୍ର ରୁ ଭାସି ଆସିଲ
ନୀଳାଚଳରେ ତୁମେ ପୂଜା ପାଇଲ ।।
ଆସ ଦେଖି ଯିବା ଦାରୁ ବ୍ରହ୍ମ ଙ୍କୁ
ଭକତ ର ବନ୍ଧୁ ସେ ସାହା ଆମକୁ
ମଣିଷ ପରି କରନ୍ତି ସବୁ ଲୀଳା
କାଳିଆ ପୁଣି ସେ ଚକାଡୋଳା ।।
ରତ୍ନ ସିଂହାସନେ ତୁମେ ବସି ଅଛ
ଦାରୁ ବ୍ରହ୍ମ ହୋଇ ପୂଜା ପାଉଛ
ବାର ବର୍ଷେ ହୁଏ ତୁମ ନବ କଳେବର
ବାର ମାସେ ହୁଏ ଯାତରା ତୁମର ।।
ହେ ଦାରୁ ବ୍ରହ୍ମ ତୁମେ ବଡ଼ ଠାକୁର
ଭକତ ପାଇଁ ଖୋଲିଅଛ ଚାରି ଦୁଆର
ତୁମ ପତିତପାବନ ବାନା ଉଡେ ଫର ଫର
ମୋ ଜୀବନ ନାଥ ତୁମେ ହେଲ ଠାକୁର ।।
ବିଦ୍ୟା ପତି ତୁମକୁ କରିଲେ
ହେ ନୀଳ ମାଧବ ତୁମେ ହେଲ ଅନ୍ତର ଧ୍ୟାନ
କଳି ଯୁଗେ ତୁମେ ହେଲ ଦାରୁ ବ୍ରହ୍ମ
ତୁମେ ପରମ ବ୍ରହ୍ମ ତୁମେ ଶୂନ୍ୟ ବ୍ରହ୍ମ ।।
