ଘରେ କନିଆଁ ମାଲିକେନ୍
ଘରେ କନିଆଁ ମାଲିକେନ୍
ଯେନ୍ ଦିନୁ ମୁଇଁ ବିହା ହେଇଛେ
ଜୀବନ୍ ହେଲା ମୋର୍ ଗୁଲ୍'ଗୁଲା
କହେଲେ ମଲି ,ସହେଲେ ମଲି
ଏନ୍ତା ହେଇଛେ ଘରେ ଝମେଲା ।
ଘରେ କନିଆଁ ମାଲିକେନ୍ ସାଜିଛେ
ମୋର୍ ଉପୁରେ ଚଲାସି ହୁକୁମ୍
ନିଜେ ସବୁ ହିସାବ୍, ରଖ୍'ଲା
ମତେ ବନେଇଦେଲାନ ଧୁତୁମ୍ ।
କିଛି କହିଁ ନାଇଁ ପାରେ କଥାପଦେ
ରାଗ୍ ରିସ୍'ମି ହେଇ ତାହାକେ
ଟାନେ କଥା ପଦେ କହିଦେଲେ
ପଲାମି କହେସି ମାଁ ଘର'କେ ।
ହେ କଥାକ ସୋର୍ କରିଦେଲେ
ମୁଡ୍ ବାଏଁ,ବାଏଁ ହେଇ ଯାଏସି
ଘରେ ଯେ ମୋର୍ ଛୁଆ ଗୁହୁଡେ
ତାହାକୁ କିଏ ସମ୍'ଲାଭା ଭାବ୍'ସି ।
ତେହେରୁ ନିଜେ ହାର୍ ମାନି ଯାଏସି
ମାଏଝି'କେ ମାଲିକେନ୍ କହେସି
ବିହାହେଲେ କେତେ ଗୁଲ୍'ଗୁଲା
ହେ କଥାକେ ରାଏତ୍ ସାରା ଭାବୁଥିସି ।
