STORYMIRROR

Bidyadhar Mantry

Abstract Inspirational Children

4  

Bidyadhar Mantry

Abstract Inspirational Children

ଘରେ ଘରେ ତ୍ରିରଙ୍ଗା

ଘରେ ଘରେ ତ୍ରିରଙ୍ଗା

1 min
241

   

ଆମ ଦେଶ ର ପ୍ରତୀକ ହିଁ ତ୍ରିରଙ୍ଗା

ଭାରତର ଜାତୀୟ ପତାକା ବି ତ୍ରିରଙ୍ଗା

ମୁକ୍ତ ଆକାଶରେ ଆଜି ଉଡୁଛି ତ୍ରିରଙ୍ଗା

ପବନରେ ଫର ଫର ହେଉଛି ତ୍ରିରଙ୍ଗା

ଘରେ ବାହାରେ ସବୁଠି ତ୍ରିରଙ୍ଗା ଆଉ ତ୍ରିରଙ୍ଗା

ପ୍ରତି ଭାରତୀୟଙ୍କ ଘରେ ଘରେ ତ୍ରିରଙ୍ଗା।

ଦେଶର ଗୌରବ ତ୍ରିରଙ୍ଗା

ଦେଶର ଜୟ ଗାନ କରୁଛି ତ୍ରିରଙ୍ଗା

ଶକ୍ତି ଓ ସାହସ କୁ ଦର୍ଶାଏ ତ୍ରିରଙ୍ଗା

ସ୍ବାଧିନତା ଓ ସ୍ୱତନ୍ତ୍ରତା ର ସଂଜ୍ଞା ବି ତ୍ରିରଙ୍ଗା।

ତିନି ରଙ୍ଗରେ ରଙ୍ଗାୟିତ ତ୍ରିରଙ୍ଗା

କମଳା ରଙ୍ଗ, ଧଳା ଓ ସବୁଜ ରଙ୍ଗ ରଖିଛି ତ୍ରିରଙ୍ଗା

ଭାରତୀୟଙ୍କ ଜୀବନ ହିଁ ତ୍ରିରଙ୍ଗା

ନିଜକୁ ନିଜେ ଗର୍ବ ହୁଏ ଧରିଲେ ତ୍ରିରଙ୍ଗା।

ଶହୀଦଙ୍କ ବଳିଦାନ କଥା କହୁଛି ତ୍ରିରଙ୍ଗା

ଭାରତ ମାତାର ସଙ୍ଗୀତ ଓ ଜୟଗାନ ବି ତ୍ରିରଙ୍ଗା

ପ୍ରଗତି ଓ ଗତିଶୀଳତା କୁ ଚିତ୍ରିତ କରୁଛି ତ୍ରିରଙ୍ଗା

ପବନରେ ଉତ୍ତୋଲିତ ,ଗର୍ବିତ ତ୍ରିରଙ୍ଗା।

ଦେଶପ୍ରେମ ର ନାମ ହିଁ ତ୍ରିରଙ୍ଗା

ସମ୍ମାନ ର ପରିଚୟ ବି ତ୍ରିରଙ୍ଗା

କେହି ଅସମ୍ମାନ କରିବାର ଧୃଷ୍ଟତା ନାହିଁ

ଆମ ଭାରତ ଦେଶର ଗର୍ବ ହିଁ ତ୍ରିରଙ୍ଗା।

ଦେଶ ପାଇଁ ପ୍ରତିନିଧିତ୍ଵ କରୁଛି ତ୍ରିରଙ୍ଗା।

ଏକ ଆହ୍ବାନ,ଘରେ ଘରେ ଲଗାଅ ତ୍ରିରଙ୍ଗା

ଦେଶ ପ୍ରେମ ରେ ଉଦବୁଦ୍ଧ ହେବାକୁ ତ୍ରିରଙ୍ଗା

ହେ,ଭାରତବାସୀ,ତ୍ରିରଙ୍ଗା ପତାକାକୁ ସମ୍ମାନ ଦିଅ

ପ୍ରତି ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ କର

ଗର୍ବରେ କୁହ ଜୟ ଭାରତମାତା,ଜୟ ତ୍ରିରଙ୍ଗା।


Rate this content
Log in

Similar oriya poem from Abstract