STORYMIRROR

Dr. Pratap Kumar Swain

Abstract Children

3  

Dr. Pratap Kumar Swain

Abstract Children

ଘର

ଘର

1 min
157

ଚାଲ ଟିକେ ଫେରିଯିବା

ହଜିଲା ଦିନକୁ

ମନେ ପକାଇବା ତାର

କଳେବରକୁ।

କେତେଟା କାଠ ଖୁଣ୍ଟର ସାହାରାରେ

ନଡା ଛପରର ଛାତରେ

ଆମ ମୁଣ୍ଡ ଉପରେ ରହି

ନିଜ ବର୍ତ୍ତମାନ, ଭବିଷ୍ୟତକୁ ବାଜି ଲଗାଇ

ଅହରହ ସଂଗ୍ରାମ କରିଚାଲେ

ଆମକୁ ବଞ୍ଚାଇ।

ତା ଉପରେ ବରଷଇ

ଖରା ଆଉ ବରଷାର ବାରି

ଠିଆ ହୋଇ ଯୁଝୁ ଥାଏ

ସତେ ଅବା ଜାଗ୍ରତ ପ୍ରହରୀ ।

ସଭିଙ୍କୁ ନିଜର କରି

ଦିଏ ସଦା ଧୈର୍ଯ୍ଯ ଓ ସାହସ।

ସମ୍ମୁଖୀନ ହୁଏ ଏକା

ଆସୁ ଯେତେ ଝଡ କି ବତାସ।

ସ୍ନେହ, ପ୍ରେମ, କରୁଣାର

ପ୍ରଚାରକ ସିଏ

ସେଥିପାଇଁ ଏ ଧରାରେ ବୈକୁଣ୍ଠ ବୋଲାଏ।

ପିତା, ମାତା, ଭାଇ ଭଗ୍ନୀ

ଅବା ଆମ ବିଲେଇ କୁକୁର

ସମସ୍ତଙ୍କୁ କରୁଥାଏ ସେନେହ ଆଦର।

ଜେଜେମା ଖୋଲଇ ଯେତେ କାହାଣୀର ପେଡି

କୁନା ମୁନା ଶୁଣି ସବୁ

ହସି ହସି ଯାଆନ୍ତି ଯେ ଗଡି।

ବାପା ମା'ଙ୍କର ପୁଣି ସେନେହ ଆକଟ

ପଢିବା ପାଇଁ କି

ସଦା ଦେଖାଏ ସେ ବାଟ।

ଏବେ ଏବେ ବଦଳିଛି ତାର କଳେବର

ସିମେଣ୍ଟ , ଇଟା , ଗୋଡିରେ

ଗଢା ତା ଶରୀର।

ଆଗଭଳି ଜମୁନାହି ଗପର ଆସର

ଭାଇ ବନ୍ଧୁ ହୋଇଲେଣି ଏବେ ସାତପର।

ସେହି ଘର ଅଛି ହେଲେ ନାହିଁ ଆତ୍ମୀୟତା

ସ୍ନେହ, ପ୍ରେମ କରୁଣାର ହଜିଲାଣି ସତ୍ତା।



Rate this content
Log in

Similar oriya poem from Abstract