ଘର
ଘର
ମର୍ତ୍ତ୍ୟର ବୈକୁଣ୍ଠ ଅଟଇ ଘର,
ବନ୍ଧନେ ବନ୍ଧା ସ୍ନେହ ସମ୍ପର୍କର ।
ଘର ପରିବେଶ କେଡେ ସୁନ୍ଦର,
ମନମୋହିନୀଏ ରୂପ ସମ୍ଭାର ।
ନାନା ଫୁଲେ ପୂର୍ଣ୍ଣ ଆମ ବଗିଚା,
ପ୍ରଜାପତି ସହ ଘାସ ଗାଲିଚା ।
ପଢା ଘରେ ଯାଇ ପାଠ ମୁଁ ପଢେ,
ପଡ଼ିଆରେ ମୁହିଁ ଖେଳନା ଗଢେ ।
ରୋଷେଇ ଘରଟି ସଫାସୁତର
ମାଆ ହାତ ରନ୍ଧା ଅତି ମଧୁର ।
ସ୍ୱର୍ଗୀୟ ସୁଖ ଯେ ଘରୁ ମିଳଇ,
ସଦାବେଳେ ମନ ଖୁସି ରୁହଇ ।
